ମିଲେଟ୍ ମିଶନ୍ ରେ ଓଡ଼ିଶା ଆଗୁଆ

0 66

ଭୁବନେଶ୍ୱର :ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେଉଥିବା ଦେଶର ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ । ଓଡ଼ିଶା ମିଲେଟ ମିଶନକୁ ପୂର୍ବରୁ ନୀତି ଆୟୋଗ ପ୍ରଶଂସା କରିଥିବା ବେଳେ ମିଳିବାକୁ ଯାଉଛି ପୁରସ୍କାର । ଆଇସିଏଆର୍-ଆଇଆଇଏମ୍ଆର ଓ ଏଫଓ ପକ୍ଷରୁ ଓଡ଼ିଶାକୁ ପୋଷକ ଅନାଜ ଆୱାର୍ଡ ମିଳିବ । ହାଇଦ୍ରବାଦର ଜାତୀୟ କନ୍ଭେନସନ୍ ରେ ଆସନ୍ତା ୧୭ ତାରିଖରେ ଓଡ଼ିଶାକୁ ପୁରସ୍କୃତ କରିବ କେନ୍ଦ୍ର କୃଷି ମନ୍ତ୍ରଣାଳୟ । ଓଡ଼ିଶା ମିଲେଟ ମିଶନର ସଫଳତା ପାଇଁ ଆଦିବାସୀ ଚାଷୀ, ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏଫିଓ, ବିଦ୍ୟୁତ୍ ବିଭାଗ, ଏନିଡିଏସ୍, ସ୍ୱେଚ୍ଛାସେବୀ ସଂଗଠନ ଓ ୱାସନ ପ୍ରମୁଖଙ୍କ ସହଭାଗିତାକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପ୍ରଶଂସା କରିଛି । ମିଲେଟ୍ ମିଶନର ସଫଳତା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ବିବିଧ କୃଷି ପାଇଁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ମାଧ୍ୟମରେ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ କରାଯାଇଥିଲା । ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୂଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା ।

Leave A Reply

Your email address will not be published.