ଚାନ୍ଦିପୁର ତଥ୍ୟ ପ୍ରଘଟ ମାମଲା : ହନି ଟ୍ରାପ୍ ଲିଙ୍କ୍ ଖୋଜିବ କ୍ରାଇମ୍ ବ୍ରାଞ୍ଚ

0 65

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ହାତରେ ଚାନ୍ଦିପୁର ଡିଆରଡିଓର ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲା । ଜାତୀୟ ସୁରକ୍ଷା ସହିତ ଏହି ମାମଲା ଜଡିତ ହୋଇଥିବାରୁ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଅତିରିକ୍ତ ଏସ୍ପି ପ୍ରଶାନ୍ତ କୁମାର ବିଶୋୟୀଙ୍କ ନେତୃତ୍ୱରେ ଚାରିଜଣିଆ ଟିମ୍ ଗଠନ ହୋଇଛି । ଏହି ଟିମ୍ ଏବେ ବାଲେଶ୍ୱର ଅଭିମୁଖେ ବାହାରି ପଡ଼ିଛି । ଡିଆରଡିଓର ପ୍ରତିରକ୍ଷା ତଥ୍ୟକୁ ପ୍ରଘଟ କରୁଥିଲେ ଚାରିଜଣ ଠିକା କର୍ମଚାରୀ । ବିଦେଶୀ ସଂସ୍ଥାକୁ ଏମାନେ ଦେଉଥିଲେ ତଥ୍ୟ । ଗିରଫ ଚାରିଜଣ ଚାନ୍ଦିପୁର ଝାମ୍ପରା ହାଟ ଓ ନୂଆନଈ ଅଞ୍ଚଳର । ଅଭିଯୁକ୍ତ ବସନ୍ତ ବେହେରା, ସେକ୍ ମୁସାଫିର, ହେମନ୍ତ ମିସ୍ତ୍ରୀ ଓ ତାପସ ରଞ୍ଜନ ନାୟକଙ୍କୁ କୋର୍ଟରେ ହାଜର କରାଯାଇଛି । ହନି ଟ୍ରାପ୍ ଶିକାର ହୋଇଥିଲେ ଏହି ଚାରି ଅଭିଯୁକ୍ତ । ଯୁବତୀଙ୍କ ଫାସ୍ରେ ପଡ଼ି ପାକିସ୍ତାନକୁ ଦେଉଥିଲେ କ୍ଷେପଣାସ୍ତ୍ର ଘାଟିର ପ୍ରତିଦିନର ତଥ୍ୟ । ଏମାନେ ତଥ୍ୟକୁ ପାକିସ୍ତାନ ମହିଳା ଏଜେଣ୍ଟଙ୍କ ନିକଟକୁ ପଠାଉଥିଲେ । ଏହି ମହିଳା ଏଜେଣ୍ଟ ଫେସ୍ବୁକ୍ ସଂସ୍ପର୍ଶରେ ଆସିଥିଲେ ଜଣେ ଠିକା କର୍ମଚାରୀ ।

ଏହି ମହିଳା ଏଜେଣ୍ଟ ଜଣକଉତ୍ତରପ୍ରଦେଶର ଜଣେ ଯୁବତୀ ଭାବେ ନିଜକୁ ପରିଚୟ ଦେଇଥିଲେ । ଜଣକ ପରେ ଜଣେ ଯୁବକଙ୍କ ସହ ସମ୍ପର୍କ ବଢ଼ାଇଥିଲେ ଏହି ଯୁବତୀ । ଯୁବତୀଜଣକ ଚାନ୍ଦିପୁର ଘାଟି ବୁଲିବାକୁ ଆଗ୍ରହ ପ୍ରକାଶ କରିବା ସହ ଏଥିପାଇଁ ଏକ ସିମ୍ କାର୍ଡ ଦରକାର ବୋଲି କହିଥିଲେ । ଖାଲି ଏତିକି ନୁହେଁ ସେ ୨୦ହଜାର ଟଙ୍କା ମଧ୍ୟ ପଠାଇଥିଲେ । ସିମ୍କାର୍ଡ ପାଇବା ପରେ ସେଥିରେ ହ୍ୱାଟ୍ସଆପ୍ ନମ୍ବର ବ୍ୟବହାର କରିଥିଲେ । ହ୍ୱାଟ୍ସଆପ୍ ନମ୍ବରରେ ପ୍ରତିଦିନ ଡିଆରଡିଓର ଗୁପ୍ତ ତଥ୍ୟକୁ ହାସଲ କରୁଥିଲେ ଏହି ଯୁବତୀ । ସିମ୍କାର୍ଡ ବାଲେଶ୍ୱରର ହୋଇଥିଲେ ମଧ୍ୟ ପାକିସ୍ତାନ ଏଜେଣ୍ଟ ଜଣକ ଏହାକୁ ବ୍ୟବହାର କରିପାରୁଥିଲେ । ଏବେ ଏହି ମାମଲା କ୍ରାଇମବ୍ରାଞ୍ଚ ହାତରେ । ଅଧିକ ତଥ୍ୟ ଖୋଳତାଡ଼ ଆରମ୍ଭ କରିବ । ଏହି ଚାରିଜଣଙ୍କ ବ୍ୟତୀତ ଆଉ କିଏ ସାମିଲ ଥିଲେ କି ? କେତେଦିନ ଧରି ସକ୍ରିୟ ଥିଲେ ଏହି ଅଭିଯୁକ୍ତମାନେ । କେଉଁ କେଉଁ ତଥ୍ୟ ବାହାରକୁ ପଠାଯାଇଛି ? ହନିଟ୍ରାପ୍ କରିଥିବା ମହିଳାଙ୍କ ପରିଚୟ ମଧ୍ୟ ଖୋଜି ବାହାର କରିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.