୧୨ ଯୋଡା ଟ୍ରେନ୍ ର ଚଳାଚଳ ଅବଧି ବୃଦ୍ଧି

0 70

ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏବଂ ୧୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତି ହୋଇଛି ।

ସୂଚନା ଅନୁଯାୟୀ ପ୍ରତ୍ୟେକ ମଙ୍ଗଳବାର ଦିନ ହାଓଡ଼ାରୁ ଛାଡୁଥିବା ଏବଂ ଗୁରୁବାର ଦିନ ଯଶୋବନ୍ତପୁରରୁ ଛାଡୁଥିବା ୦୮୦୮୭/୦୮୦୮୮ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏସି ସ୍ପେଶାଲ୍ ସେବା ହାଓଡ଼ା ଠାରୁ ୪ ଜାନୁଆରୀ୨୦୨୨ ଠାରୁ ଏବଂ ଯଶୋବନ୍ତପୁରରୁ ୦୬.୦୧.୨୦୨୨ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ପ୍ରତ୍ୟକ ଶନିବାର ଦିନ ହାଓଡ଼ା ରୁ ଏବଂ ରବିବାର ଦିନ ତିରୁପତି ଠାରୁ ଛାଡୁଥିବା ୦୮୦୮୯/୦୮୦୯୦ ହାଓଡ଼ା-ତିରୁପତି-ହାଓଡ଼ା ଏସି ସ୍ପେଶାଲ୍ ହାଓଡ଼ା ରୁ ୧୧ ସେପ୍େଟମ୍ବର ୨୦୨୧ ଠାରୁ ଏବଂ ତିରୁପତି ଠାରୁ ୧୨ ସେପ୍େଟମ୍ବର ୨୦୨୧ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି ।

ଏହା ବ୍ୟତୀତ ୦୨୮୩୫/୦୨୮୩୬ ହଟିୟା-ଯଶୋବନ୍ତପୁର-ହଟିୟା ସ୍ୱତନ୍ତ୍ର ଟ୍ରେନ୍ ହଟିୟା ଠାରୁ ୨୮ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୩୦ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୧୧୭/୦୮୧୧୮ ହାଓଡ଼ା-ମହୀଶୂର-ହାଓଡ଼ା ସ୍ପେଶାଲ୍ ହାଓଡ଼ା ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଏବଂ ମହୀଶୂରରୁ ୨ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୬୪୫/୦୮୬୪୬ ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୦୪୭/୦୮୦୪୮ ହାଓଡ଼ା-ଭାସ୍କୋ ଡା ଗାମା-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଏବଂ ଭାସ୍କୋ ଡା ଗାମା ଠାରୁ ୨ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୮୬୭/୦୨୮୬୮ ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ଠାରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ଏବଂ ପଣ୍ଡିଚେରୀରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ସ୍ପେଶାଲ୍ ହାଓଡ଼ା ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଏବଂ ପୁରୀରୁ ୧ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୮୭୭/୦୨୮୭୮ ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ଏବଂ ଏର୍ଣ୍ଣାକୁଲମ ଠାରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ-ଶାଲିମାର ସ୍ୱତନ୍ତ୍ର ଟ୍ରେନ୍ ଶାଲିମାରରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୬୩୭/୦୮୬୩୮ ହାଟିୟା-ବାଙ୍ଗାଲୋର କ୍ୟାଂଟ-ହାଟିୟା ସ୍ୱତନ୍ତ୍ର ଟ୍ରେନ୍ ହଟିୟାରୁ ୨୫ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର କ୍ୟାଂ ଟରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

Leave A Reply

Your email address will not be published.