ପାଣି ଘେରରେ ଥିବା ଲୋକ ମାନଙ୍କୁ ରିଲିଫ ବଣ୍ଟନ

0 75

କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ମହଲ ପଡ଼ା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାଣିଘେରରେ ରହିଥିବା ପ୍ରପୀଡିତ ଓ ଅସହାୟ ବ୍ଯକ୍ତି ମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ମହଲପଡା ଗ୍ରାମପଞ୍ଚାୟତର ସମାଜ ସେବୀ ଶିଶିର ରଞ୍ଜନ ନାୟକ ଓ ବାବାଜି ନାୟକ  ପଂଚାୟତର ବିଭିନ୍ନ ଗ୍ରାମରେ ଜଳବନ୍ଦୀ ଥିବା ୫୦୦ ଅସହାୟ ପରିବାରଙ୍କୁ ଚୁଡା, ଗୁଡ, ବିସ୍କୁଟ, ମହମବତୀ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଗ୍ରାମପଞ୍ଚାୟତର ଯୁବ ଯୁବ ସମାଜସେବୀ ଶ୍ରୀ ନାୟକ ପାଣି ଘେରରେ ଥିବା ବିପନ୍ନ ମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ସହ ଆଗାମୀ ଦିନରେ ଅଧିକ ସରକାରୀ ସହାୟତା ପ୍ରଦାନ ପାଇଁ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲାପାଳଙ୍କ ସମେତ ଗୋପ ବ୍ଳକ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ମହଲପଡା ଗ୍ରାମପଞ୍ଚାୟତର ଯୁବନେତା ତଥା ସମାଜସେବୀ ଶିଶିର କୁମାର ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.