ବୈତରଣୀରେ କମୁଛି ଜଳ ସ୍ତର : ପୁଣି ଲଘୁଚାପଜନିତ ବର୍ଷାକୁ ନେଇ ବନ୍ୟା ଆଶଙ୍କା

0 71

ଭଦ୍ରକ : ଭଦ୍ରକର ଆଖୁଆପଦା ନିକଟ ବୈତରଣୀ ନଦୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଆଜି ଅପରାହ୍ନ ୨ଟା ସୁଦ୍ଧା ଜଳ ସ୍ତର ୧୭.୯୬ ମିଟର ରହିଛି । ଯାହାକି ବିପଦ ସଂକେତ ଠାରୁ ଉର୍ଦ୍ଧ୍ୱରେ ରହିଛି । ହେଲେ ପୂର୍ବପେକ୍ଷା ଧିରେ ଧିରେ ଜଳ ସ୍ତର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ତେବେ ପୁଣି ଥରେ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷା ବନ୍ୟାର ଆଶଙ୍କାକୁ ଦ୍ୱିଗୁଣିତ କରିଛି । ଯାହାକୁ ନେଇ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି, ବାସୁଦେବପୁରର ଆଦି ନଦୀକୂଳିଆ ଅଂଚଳବାସୀ ଚିନ୍ତାରେ ରହିଛନ୍ତି ।

ଅନ୍ୟପକ୍ଷରେ ପାଣିଘେରରେ ଥିବା କେତେକ ଅଂଚଳରେ ବନ୍ୟାପାଣି କମିଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କ୍ରମଶଃ ବଢିବାରେ ଲାଗିଛି । ଏବେ ବି ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ରହିଥିବା ବେଳେ ଶତାଧିକ ଗ୍ରାମ ପାଣି ଘେରରେ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଦିନ ୧ଟାରେ ଭଦ୍ରକର ଆଖୁଆପଦା ନିକଟ ବୈତରଣୀ ନଦୀର ଜଳ ସ୍ତର ୧୮.୪୮ ମିଟର ଥିଲା । ଯାହାକୁ ନେଇ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି, ବାସୁଦେବପୁରର ଆଦି ନଦୀକୂଳିଆ ଅଂଚଳବାସୀଙ୍କ ପାଇଁ ବନ୍ୟା ବିତ୍ପାତ ଦେଖାଦେଇଛି ।

Leave A Reply

Your email address will not be published.