ରାଉରକେଲାରେ ହେବ ସ୍ମାର୍ଟ ଗ୍ରୀଡ ଷ୍ଟେସନ : ଶ୍ରୀ ଦିବ୍ୟ ଶଙ୍କର ମିଶ୍ର

0 46

ରାଉରକେଲା : ରାଉରକେଲାଠାରେ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ  ଷ୍ଟେସନ   ନିର୍ମାଣ କରାଯିବ  ରାଜ୍ୟ ଶକ୍ତି, ଶିଳ୍ପ, ଏମଏସଏମଇ ଏବଂ ଗୃହ ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ଯ ଶଂକର ମିଶ୍ର ଗୁରୁବାର ସଂଧ୍ଯାରେ ମହାନଗର ନିଗମ ସମ୍ମିଳନୀର କକ୍ଷରେ ଅନୁଷ୍ଠିତ ବିଦ୍ୟୁତ ଏବଂ ଶିଳ୍ପ ର ବିକାଶ ଉପରେ ସମୀକ୍ଷା ବୈଠକରେ ଯୋଗ ଦେଇ କହିଛନ୍ତି ।  ଏହି ବୈଠକରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲା ପାଳ ତଥା ମହାନଗର ନିଗମ ଆୟୁକ୍ତ ଦିବ୍ଯଜ୍ଯୋତି ପରିଡ଼ା ଉପସ୍ଥିତ ଥିଲେ ।   ଶ୍ରୀ ମିଶ୍ର  ରାଉରକେଲା ସହର ରେ କିପରି ବିଦ୍ୟୁତ ସରବରାହ ସଠିକ ଭାବରେ ସମସ୍ତଙ୍କ ପାଖକୁ ପହଞ୍ଚି ପାରିବ ସେ ଦିଗରେ ଦ୍ରୁଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ  କହିଥିଲେ ।  ଘରୋଇ, ବ୍ୟବସାୟିକ ତଥା ଶିଳ୍ପର ବ୍ୟବହାର ପାଇଁ ବିଦ୍ୟୁତ ସେବା କିପରି ଉନ୍ନତ ମାନର ହୋଇ ପାରିବ ସେଥି ପାଇଁ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ  ଷ୍ଟେସନ ନିର୍ମାଣ କରିବାକୁ ସଂପ୍ରକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେମାନଙ୍କୁ ଯଥା ସମୟ ମଧ୍ୟରେ ଜାଗା ଚିହ୍ନଟ କରିବାକୁ କହିଥିଲେ । ଏହାଛଡା ବଣାଇଁ, ଗୁରୁଣ୍ତିଆ ବ୍ଲକ ଗୁଡିକରେ ବିଜୁଳିର ହେଉଥବା ସମସ୍ୟା ଉପରେ ବିଧାୟକ ସାରଦା ପ୍ରସାଦ ନାୟକ ଅବଗତ କରାଇଥିଲେ । ଶ୍ରୀମିଶ୍ର ଏହାର ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଦ୍ୟୁତ ବିଭାଗ , ଶିଳ୍ପ ଓ ଇଡକୋ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ କ୍ୟାପଟେନ ମିଶ୍ର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମକୁ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଷ୍ଟାଡ଼ିୟମର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ପରିଦର୍ଶନ ସମୟରେ ଏଡିଏମ, ରାଉରକେଲା ଦିବ୍ଯଜ୍ଯୋତି ପରିଡ଼ା, ଇଡକୋର ଡିଭିଜନାଲ ପ୍ରମୁଖ ବିଜୟ କୁମାର ମହାନ୍ତି, ଏଲ ଏଣ୍ଡ ଟି ର ପ୍ରୋଜେକ୍ଟ ମ୍ୟାନେଜର ଏସ କେ ନାରାୟଣ ଏବଂ ଡିଜାଇନ ଟିମ ଉପସ୍ଥିତ ଥିଲେ।

Leave A Reply

Your email address will not be published.