ଜନାର୍ଦ୍ଦନପୁର ବଢ଼େଇ ସାହି ନିକଟରେ ଚିତ୍ରୋତ୍ପଳା ନଦୀରେ ୩୦ ଫୁଟ ଅତଡ଼ା ଖାଇ ବିପଦଜନକ ଅବସ୍ଥା

66

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ବଢ଼େଇ ସାହି ନିକଟରେ ଚିତ୍ରୋତ୍ପଳା ନଦୀରେ ଅତଡାଖାଇ ବିପଦ ଶଙ୍କୁଳ ଅବସ୍ଥା ସୃଷ୍ଟି କରିଛି । ନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଛି, ଏହାଦ୍ୱାରା ସ୍ଥାନୀୟ ଜନ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅତଡ଼ା ଖାଇବା ଅବ୍ୟାହତ ରହିଲେ ଏଠାରେ ଘାଇ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି କୁହାଯାଉଛି । ଓରିକଣ୍ଟା ଜଳସମ୍ପଦ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇ ଥିବା ଜଣାପଡିଛି । ସେହିପରି ମହାନଦୀ ଓ ଚିତ୍ରୋତ୍ପଳା ନଦୀର ବିଭିନ୍ନ ସ୍ଥାନରେ ଅତଡ଼ା ଖାଉଥିବା ଜଣାପଡିଛି ।

Comments are closed.