ଭୁବନେଶ୍ୱର ଉପଜିଲ୍ଲାପାଳ, ତହସିଲଦାରଙ୍କ କାର୍ଯ୍ୟାଳୟ ୨ ଦିନ ପାଇଁ ବନ୍ଦ

0 60

ଭୁୁବନେଶ୍ୱର : ଭୁବନେଶ୍ୱର ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି । କେତେକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉଭୟ ସରକାରୀ କାର୍ଯ୍ୟାଳୟକୁ ଦୁଇ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ ଏବଂ ୧୮ ତାରିଖ ସିଲ୍ କରାଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଉଭୟ ସରକାରୀ କାର୍ଯ୍ୟାଳୟର ପରିସର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ସମ୍ପୃକ୍ତ ମୁଖ୍ୟଙ୍କ ଦ୍ୱାରା ତୁରନ୍ତ ଶୋଧନ କରାଯିବ । ବିଏମସିର ପ୍ରାଧିକୃତ କର୍ମଚାରୀଙ୍କୁ ଛାଡ଼ି, ସିଲ୍ ଅବଧି ମଧ୍ୟରେ ଅନ୍ୟ କାହାକୁ ଦୁଇଟି କାର୍ଯ୍ୟାଳୟ ପରିସର ଭିତରକୁ କିମ୍ବା ବାହାରକୁ ଯିବାକୁ ଦିଆଯିବ ନାହିଁ । ସଂକ୍ରମିତ ଲୋକଙ୍କୁ ନିଜ ନିଜ ଘରେ ଅଲଗା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପଜିଟିଭ୍ ଚିହ୍ନଟ କର୍ମଚାରୀ ଚିକିତ୍ସା ଆବଶ୍ୟକ କରନ୍ତି, କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ତୁରନ୍ତ ବିଏମସି ସହିତ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅନ୍ୟ କର୍ମଚାରୀମାନଙ୍କଠାରେ କୋଭିଡ ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ତୁରନ୍ତ ପରୀକ୍ଷା ଏବଂ କରାଯିବାକୁ କୁହାଯାଇଛି ।

ସେପ୍ଟେମ୍ବର ୨୦ ତାରିଖରେ ଦୁଇଟି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଆରଟିପିସିଆର୍ ପରୀକ୍ଷା ଶିବିର କରାଯିବ, ଯେଉଁଠାରେ ସମସ୍ତ ଅଧିକାରୀ, କର୍ମଚାରୀ, ଗୃହରକ୍ଷୀ ଏବଂ ସୁରକ୍ଷା କର୍ମୀଙ୍କର କରୋନା ପରୀକ୍ଷା କରାଯିବ ।

Leave A Reply

Your email address will not be published.