ହାଇକୋର୍ଟରେ ଆବେଦନ ଖାରଜ : ୪ ଫୁଟ୍ ରୁ ବଢ଼ିବନି ମୂର୍ତ୍ତି ଉଚ୍ଚତା

45

ଭୁବନେଶ୍ୱର : କଟକ ବାଲୁବଜାର ପୂଜା କମିଟି ଦୁର୍ଗା ପୂଜା ପାଇଁ ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଆଜି କଟକରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ହାଇକୋର୍ଟରେ ଶୁଣାଣି ହୋଇଥିଲା ବେଳେ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । କଟକରେ ମା’ ଦୁର୍ଗାଙ୍କ ୪ ଫୁଟ୍ ଉଚ୍ଚତାକୁ ବିରୋଧ କରି କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗତକାଲି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିବାବେଳେ ଆଜି ହାଇକୋର୍ଟ ଏହାର ରାୟ ଶୁଣାଇଛନ୍ତି । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ନେଇ ମାମଲା ଦାଏର କରାଯାଇଥିଲା ଏବଂ ଏଥିରେ ୫ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ ଆବେଦନ ହୋଇଥିଲା । କିନ୍ତୁ ହାଇକୋର୍ଟ ପକ୍ଷରୁ ଏହିଆବେଦନକୁ ଖାରଜ କରିଦିଆଯାଇଛି ।

ହାଇକୋର୍ଟ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇପାରିବ ନାହିଁ । ତେଣୁ ହାଇକୋର୍ଟ ପକ୍ଷରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ନିଷ୍ପତ୍ତି ଏବେ ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି । ଏହି କମିଟି ଆଗକୁ ସୁପ୍ରିମକୋର୍ଟ ଯିବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଯାହା ସୂଚନା ମିଳିଛି ସରକାରଙ୍କ କୋଭିଡ୍ ନିୟମାବଳୀ ମୁତାବକ ଏଥର ଦୁର୍ଗା ପୂଜା ହେବ । ଅର୍ଥାତ୍ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ବୋଲି ଜଣାପଡ଼ିଛି । ଗତବର୍ଷ ୧୦ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ପୂଜା ଗାଇଡ୍ଲାଇନ୍ ଆସିଥିଲା । ଏହା ପୂର୍ବରୁ କଟକର ୯ଟି ପୂଜା କମିଟି ୫ଫୁଟ୍ ଓ ୮ ଫୁଟ୍ରୁ ଅଧିକ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମଣ୍ଡପରେ ଅଧିକ ଉଚ୍ଚତାର ମୂର୍ତ୍ତି ପୂଜା କରିବାକୁ ଅନୁମତି ମିଳିଥିଲା । ହେଲେ ଚଳିତବର୍ଷ ବହୁ ପୂର୍ବରୁ ପାର୍ବଣ ଗାଇଡ୍ଲାଇନ୍ ଆସିଛି । ଅଗଷ୍ଟ ୯ରେ ଏହି ଗାଇଡ୍ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏହି କଟକଣା ନଭେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ । ଗତବର୍ଷ ପରି ଏଥର ରାଜ୍ୟରେ କୋଭିଡ୍ ସ୍ଥିତି ଥାଇନପାରେ । କିନ୍ତୁ ଅଧିକ ଲୋକ ଏକଜୁଟ୍ ହେଲେ ତାହା ସୁରସ୍ପ୍ରେଡରରେ ପରିଣତ ହେବା ଆଶଙ୍କା ରହିଛି । ଦୁର୍ଗାପୂଜା ପୂର୍ବାଞ୍ଚଳ ସମେତ ସାରା ଦେଶର ଏକ ପ୍ରମୁଖ ପର୍ବ । କଟକରେ କେବଳ ୧୫୦ରୁ ଅଧିକ ଦୁର୍ଗାପୂଜା ସମିତି ରହିଥିବାବେଳେ ରାଜ୍ୟରେ ଏହି ସଂଖ୍ୟା ୧ହଜାରରୁ ଊଦ୍ଧ୍ୱର୍ । ଯଦି କଟକ ଦୁର୍ଗାପୂଜା କମିଟି ପାଇଁ ମୂର୍ତ୍ତି ଉଚ୍ଚତାରେ କୋହଳ କରାଯାଏ,ତେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ସମାନ ଧରଣର ଦାବି ଉଠିବ । ଏଥିାଇଁ ରାଜ୍ୟ ସରକାରଙ୍କୁ କୋଭିଡ୍ କଟକଣା କଡ଼ାକଡ଼ି ଲାଗୁରେ କଷ୍ଟସାଧ୍ୟ ହେବ ।

ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ଥିବା ସବୁ ପୂଜାକୁ ଦୃଷ୍ଟିରେ ରଖି ସରକାର ଏହି ଗାଇଡ୍ଲାଇନ୍ ଜାରି କରିଛନ୍ତି । ଗଣେଶପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ଏବଂ କାର୍ତ୍ତିକେଶ୍ୱର ପୂଜାରେ ଅଧିକ ସଂଖ୍ୟାରେ ଲୋକ ଏକଜୁଟ୍ ହୋଇଥାନ୍ତି । ଅଧିକ ଲୋକ ଏକାଠି ହେଲେ କୋଭିଡ୍ ଭାଇରସ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଦୁର୍ଗାପୂଜାର ବିଭିନ୍ନ ଅଂଶ ମଧ୍ୟରୁ ମୂର୍ତ୍ତି ଏକ ପ୍ରମୁଖ ଅଂଶ । ଏଥିପାଇଁ ମୂର୍ତ୍ତିର ଉଚ୍ଚତା ଏବଂ ଆକାର ଉପରେ କଟକଣା ରହିଛି । ଯଦି ମୂର୍ତ୍ତିର ଉଚ୍ଚତା ୪ଫୁଟ୍ରୁ କମାଯାଏ, ତେବେ ଶ୍ରଦ୍ଧା, ଭକ୍ତି ଓ ଧାର୍ମିକ ଭାବନାକୁ ଆଘାତ ଲାଗିବ ବୋଲି କିଛି ବ୍ୟକ୍ତି କହିାରନ୍ତି । କିନ୍ତୁ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଏହା ଆଦୌ ଶୁଭଙ୍କର ହେବନାହିଁ । ତେଣୁ ରାଜ୍ୟ ସରକାରଙ୍କ ଅଗଷ୍ଟ ୯ ଗାଇଡ୍ଲାଇନ୍ ରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି ।

Comments are closed.