ସାପ କାମୁଡ଼ାରେ ନାବାଳକ ମୃତ

0 65

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚୟତ ଗୋବିନ୍ଦପୁର ଗ୍ରାମର ଜଣେ ଏଗାର ବର୍ଷୀୟ ନାବାଳକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ନାବାଳକ ଜଣକ ଗୋବିନ୍ଦପୁର ନିଵାସୀ ଚିନ୍ତାମଣି ମାଝୀଙ୍କ ପୁଅ କିଶନ ମାଝୀ(୧୧) ବୋଲି ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁସାରେ ରାତିରେ କିଶନ ମାଝୀ ନିଜଘର ଚଟାଣରେ ଶୋଇଥିବା ବେଳେ ଭୋର ସକାଳ ୪ ଟାରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ସକାଳୁ ତାଙ୍କୁ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ପ୍ରକାଶ ଯୋଗ୍ୟ ଯେ ମୃତକ ନାବାଳକର ବାପା ଜଣେ ଗରିବ ଦିନ ମଜୁରିଆ ହୋଇଥିବା ବେଳେ ବର୍ତମାନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ଘରେ ସ୍ତ୍ରୀ ସହ ଦୁଇ ଶିଶୁ ପୁଅଝିଅ ଥିବା ଜଣାପଡିଛି । ପୁଅର ମୃତ୍ୟୁରେ ପରିବାର ଲୋକେ ଅସହାୟ ହୋଇ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । 

Leave A Reply

Your email address will not be published.