ଅଟୋ ଓ ମଟର ସାଇକେଲ ଦୁର୍ଘଟଣା ଜଣେ ମୃତ

0 68

 କୋଟପାଡ : କୋଟପାଡ଼ ବ୍ଲକ ଅନ୍ତର୍ଗତ ବୋବେୟା ଗ୍ରାମପଞ୍ଚାୟତର ବି.ଘଟର୍ଲା ଗ୍ରାମ ନିକଟରେ ଏକ ଅଟୋ ଓ ମୋଟର ସାଇକେଲ ଧକ୍କା ହେବା ଫଳରେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଇଛି । ଘଟଣାରୁ ପ୍ରକାଶ ଯେ କଲୋନୀ ନମ୍ବର ୭ ଗ୍ରାମର ଗଣେଶ ବେହେରା ଓ ହରିଶ୍ ଚନ୍ଦ୍ର ନାୟକ ମଟର ସାଇକେଲରେ ଜୟପୁର ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ହଠାତ୍ ବିପରୀତ ଦିଗରୁ ଏକ ଅଟୋ  ସହ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଉଭୟେ ଗୁରୁତର ହୋଇ ପଡ଼ିଥିଲେ । ଏହାପରେ ସେମାନଙ୍କୁ ସଙ୍ଗେ ସଙ୍ଗେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା । ମାତ୍ର ଦୁର୍ଭାଗ୍ୟ ବଶତଃ କୋରାପୁଟ ମେଡିକାଲ୍ ରେ ଗଣେଶ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣା ପଡିଛି । ଖବର  ପାଇ କୋଟପାଡ଼ ପୋଲିସ ଘଟଣସ୍ଥଳରେ ପହଞ୍ଚି ଦୁଇ ଗୋଟି ଗାଡ଼ିକୁ ଜବତ କରିଥିଲେ । ଆସାମୀ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.