୩୨୦ ଲିଟର ଦେଶୀ ମଦ ସହ ବାଇକ୍ ଜବତ, ଜଣେ ଗିରଫ

0 56

ଖୋର୍ଦ୍ଧା : ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୩୨୦ ଲିଟର ଦେଶୀ ମଦ, ୨୮୦୦ଲିଟର ପୋଚ, ଦୁଇଟି ଆଲୁମିନିୟମ ଡେକଚି ସମେତ ଗୋଟିଏ ବାଇକ୍ ଜବତ କରାଯାଇଛି । ତେବେ ପଟାସ ଜଙ୍ଗଲ ଭିତରୁ ଏସବୁକୁ ଜବତ କରାଯିବା ସହ ଘଟଣାରେ ବଡପଦର ଗାଁର ତ୍ରିନାଥ ସାହୁକୁ ଗିରଫ କରାଯାଇଥିବା ନେଇ ଖୋର୍ଦ୍ଧା ଅବକାରୀ ଅଧିକାରୀ ଭୈରବ ସାହୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ପଟାସ ଜଙ୍ଗଲରେ ତ୍ରିନାଥ ଦୀର୍ଘ ଦିନ ଧରି ଚୋରା ଦେଶୀ ମଦ କାରବାର କରୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ଶ୍ରୀ ସାହୁଙ୍କ ନେତୃତ୍ୱରେ ସୋମବାର ଚଢ଼ଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହିତ ସହ ମଦ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ସରଞ୍ଜାମ ଜବତ କରି ସେଗୁଡିକୁ ନଷ୍ଟ କରିଦିଆଯାଇଛି ।

Leave A Reply

Your email address will not be published.