ସ୍କୁଲ ଖୋଲିବା ନିର୍ଦ୍ଦେଶ ଜାରି କରିବାକୁ ମନା କଲେ ଏସ୍ସି

81

ନୂଆଦିଲ୍ଲୀ : ସାରା ଦେଶରେ କେବେ ଖୋଲିବ ସ୍କୁଲ? ଏହାର ନିଷ୍ପତ୍ତି ନେବେ କେନ୍ଦ୍ର ଏବଂ ରାଜ୍ୟ ସରକାର । କରୋନା ମାମଲା କମିଥିବା ନେଇ ସାରା ଦେଶରେ ସ୍କୁଲ ଖୋଲିବାକୁ ଦାବି କରି ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାକୁ ନେଇ ଆଜି ସର୍ବୋଚ୍ଚ ଅଦାଲତ ଏଭଳି କହିଛନ୍ତି । ଏଥିସହ ଛାତ୍ରଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି, ଏହି ମାମଲାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ । ଏହି ମମଲାରେ ପିଲାଙ୍କୁ ସାମିଲ ହେବା ଉଚିତ ନୁହେଁ । ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପାଠ ପଢା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି । ସେ ଆହୁରି କହିଛନ୍ତି, “ପିଲାମାନେ ପୁଣି ସ୍କୁଲ ଯିବା ଜରୁରି କିନ୍ତୁ ଏହା ରାଜ୍ୟ ସରକାରମାନେ ହିଁ ନିର୍ଦ୍ଧାରିତ କରିବେ । କରୋନାକୁ ନେଇ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ କିମ୍ବା ଦେଶରେ କୋଭିଡ ବୃଦ୍ଧି ବିଷୟରେ ସମ୍ପୂର୍ଣ୍ଣ ସୂଚନା ନାହିଁ ।

ପିଲାମାନଙ୍କୁ ସମ୍ଭାବ୍ୟ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ତେଣୁ ଅଦାଲତ ଶାସନକୁ ନିଜ ହାତକୁ ନେଇପାରିବେ ନାହିଁ କି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବେ ନାହିଁ, ସରକାର ନିଷ୍ପତ୍ତି ନେବେ । ଶୀର୍ଷ ଅଦାଲତା ପୂରା ମାମଲାକୁ ଖାରଜ କରି କହିଛନ୍ତି, ନାଗରିକଙ୍କ ଜୀବନଶୈଳୀ ଉପରେ ଏହାକୁ ଛାଡିଦେବା ଉଚିତ । କେଉଁଠି ମାମଲା ବଢ଼ୁଛି ଏବଂ କ’ଣ ପରିସ୍ଥିତି ରହିଛି ତାହା ସରକାର ସ୍ଥାନୀୟ କର୍ତ୍ତୃକ୍ଷଙ୍କ ଉପରେ ଛାଡିଛନ୍ତି । ପିଲମାନେ ଏଥିରେ ମୁଣ୍ଡ ପୂରାଇବା ଆବଶ୍ୟକ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସୂଚନା ମୁତାବକ, ଦେଶରେ କରୋନାର ଦ୍ୱିତୀୟ ଲହର ଥମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସ୍କୁଲଗୁଡିକ ଖୋଲି ଦିଆଯାଇଛି । ସେପଟେ ଏବେବି କରୋନା ମାମଲା କମିନଥିବାରୁ ଅଧିକାଂଶ ରାଜ୍ୟରେ ସ୍କୁଲ ବନ୍ଦ ପଡିଛି । ପିଲାଙ୍କ ଅନ୍ଲାଇନ୍ କ୍ଲାସ ଜାରି ରହିଛି । ଏହାକୁ ଦୃଷ୍ଟିରେ ଦିଲ୍ଲୀର ଜଣେ ଛାତ୍ର ସାରା ଦେଶରେ ସ୍କୁଲ ଖୋଲି ଅଫ୍ଲାଇନ୍ କ୍ଲାସ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Comments are closed.