ଗତକାଲି ଓଡ଼ିଶାରେ ହୋଇଛି ରେକର୍ଡ ସଂଖ୍ୟକ ଟିକାକରଣ : ପରିବାର କଲ୍ୟାଣ ନିର୍ଦେଶକ

0 69

ଭୁବନେଶ୍ୱର : ଗତକାଲି ଓଡ଼ିଶାରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଯେ ଗତକାଲି ୪ ଲକ୍ଷ ୧୬ ହଜାର ଟିକା ଦିଆଯାଇଛି । ରାଜ୍ୟରେ ଗତ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୨ କୋଟି ୮୦ ଲକ୍ଷ ଟିକାକରଣ କରାଯାଇଛି । ଏହା ଭିତରୁ ୬୬ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି । ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ପାଇଁ ଡିୟୁ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ଆମ ପାଖରେ ୨୨ ଲକ୍ଷ ଟିକା ମହଜୁଦ ରହିଛି । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଚେଷ୍ଟା କରୁଛୁ ।

Leave A Reply

Your email address will not be published.