ଯୁବକକୁ ହତ୍ୟା ସନ୍ଧେହ କରି ଥାନାରେ ଅଭିଯୋଗ

0 65

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତରେ ଥିବା ନିୟମଗିରି ପାହାଡର  ବଡ଼ଡେଙ୍ଗିଲେଲି ଗାଁରେ ଯୁବକ ବାଗ ଉଲୁକା (୪୫) ହତ୍ୟା କରାଯାଇଥିବା ସନ୍ଧେହ କରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପରିବାର ପକ୍ଷରୁ ସୂଚନା ମିଳିଛି ଯେ ଗତ ସୋମବାର ଦିନ ଗାଁରେ ଗୋଟିଏ ଛୋଟ ପୋଢ଼ ପିଲା ମରିଯାଇଥିଲା ତାହାକୁ ନେଇ ବାଗ ଉଲୁକା( ୪୫)ଘରୁ ଟାଙ୍ଗିଆ, ଦାଆ , ଡେକିଚ ନେଇ ନିକଟସ୍ଥ ନାଳକୁ ରୋଷେଇ କରି ଖାଇବାକୁ ଦିନ ୧୦ଟାରେ ଯାଇଥିଲା । ସେତେ ବେଳେ ଗ୍ରାମରେ ସମସ୍ତ ଡଙ୍ଗରିଆ ଓ ଦଳିତ ଲୋକମାନେ କଲ୍ୟାଣସିଂହପୁର ବଜାରକୁ ଆସିଥିଲେ । ଉଲୁକା ସନ୍ଧ୍ୟା ୪ ଟା ହୋଇଗଲା ଘରକୁ ନ ଆସି କୁଆଡେ ଗଲା ବୋଲି ସ୍ତ୍ରୀ ଗୁରୁବାରି ବାଗ ଓ ବହୁ ଶୁଶିଳା ବାଗ ଦୁହେଁ ଖୋଜିବାକୁ ନାଳକୁ ଯାଇଥିଲେ । ସେଠାରେ ଉଲୁକା ପଡିଯାଇଥିବା ଦେଖି ତାକୁ ଉଠାଇବାକୁ ଚେଷ୍ଟା କରିଥିଲେ । ତା ମୁହଁରେ କ୍ଷତାକ୍ତ  ଓ ମୁଣ୍ଡରେ ଗଭୀର ମାଡ ହୋଇଥିବା ଦେଖି ହତ୍ୟା କରିଥିବା ଜାଣି ଆଜି (ମଙ୍ଗଳବାର) ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଞ୍ଚଳ ମାଓ ଅଞ୍ଚଳ ହୋଇଥିବାରୁ ଘଟଣା ସ୍ଥଳକୁ ପୁଲିସ ପହଞ୍ଚି ନଥିଲେ । ଉକ୍ତ ଶବକୁ କଲ୍ୟାଣସିଂହପୁର ଶବ ବ୍ୟବଚ୍ଛେଦ ଗୃହକୁ ଅଣାଯିବ ବୋଲି ସୂଚନା ମିଳିଛି । ଏଠାରେ ଶବ ଜବତ କରି ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.