ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଦୁଇ ଦିନ ପରେ ଉଦ୍ଧାର

0 74

ଖୋର୍ଦ୍ଧା : ଶାଳିଆ ନଈରେ ଭାସିଯାଇ ନିଖୋଜ ଥିବା ଖୋର୍ଦ୍ଧା ଜିଲ୍ଲା ମାଣିକପୁର ଗ୍ରାମର ଚରଣ ବେହେରାଙ୍କ ମୃତଦେହକୁ ଦୁଇ ଦିନ ପରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ତେବେ ଉଭୟ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀ, ସ୍ଥାନୀୟ ଜନସାଧାରଣ ଓ ପୋଲିସ ପକ୍ଷରୁ ଦୀର୍ଘ ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ କରି ସୁଦ୍ଧା ନିଖୋଜ ଚରଣଙ୍କ ପତ୍ତା ପାଇ ପାରିନଥିଲେ । ହେଲେ ଆଜି ସକାଳେ ବାଣପୁର ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀଙ୍କ ଦ୍ୱାରା ଗଠିତ ଟିମ୍ ସର୍ଚ୍ଚ ଅପେରସନ କରୁଥିବା ସମୟରେ ବେଙ୍ଗରାଜପଲ୍ଲୀ ଗ୍ରାମ ନିକଟସ୍ଥ ନଦୀ ଜଳରୁ ଚରଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ଉଭୟ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ସୋମବାର ତଥା ୨୦ ତାରିଖ ଦିନ ସକାଳେ ଚରଣ ବେହେରା (୬୦) ଶୌଚ ନିମନ୍ତେ ମାଣିକପୁର ଗ୍ରାମର ଜାମୁଆ ତୁଠ (ଶାଳିଆ ନଈ) ମଧ୍ୟକୁ ଯାଇଥିବାବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ପରେ ବାଲୁଗାଁ ଅଗ୍ନିଶମ ବାହିନୀ ଓ ବାଣପୁର ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । କିନ୍ତୁ, ଦୀର୍ଘ ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଚରଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.