ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟ, ସାହାର୍ଯ୍ୟ ର ହାତ ବଢ଼ାଇଲେ ଚିତ୍ରକୋଣ୍ଡା ଏସଡିପିଓ

0 70

ମାଲକାନଗିରି : ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଘରକୁ ଶବ ହୋଇ ଫେରିଲେ ଶ୍ରମିକ। ତେବେ ଆଜି ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ସଦର ଗ୍ରାମରେ ଘଟିବା ଦ୍ୱାରା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜିକୁ ଦୀର୍ଘ ୧୨ ବର୍ଷ ପୂର୍ବେ ଏହି ଗ୍ରାମର ଉଆଳି ଅଧିକାରୀ(୬୦) ନାମକ ଜଣେ ବ୍ୟକ୍ତି ନିଜ ପରିବାର ପ୍ରତିପୋଷଣ କରିବାରେ କଷ୍ଟସାଧ୍ୟ ହେବାରୁ ବାଧ୍ୟହୋଇ ସେ ଆନ୍ଧ୍ରପ୍ରଦେଶ ରାଜ୍ୟ ର ବିଶାଖା ଜିଲ୍ଲାର ପେନ୍ଦରୁତି ଅଞ୍ଚଳ କୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଠିକାଦାରଙ୍କ ନିକଟରେ ଶ୍ରମିକ ରୂପେ କାର୍ଯ୍ୟ କରି ନିଜ ଘରକୁ ଟଙ୍କା ପଠାଉଥିଲେ। ସବୁଦିନ ପରି ସେ ନିଜର କାର୍ଯ୍ୟ ସାରି ଗତ ୨୦ ତାରିଖରେ ମଧ୍ୟାହ୍ନ ଭୋଜନ ନିମନ୍ତେ ନିଜ କ୍ୟାମ୍ପକୁ ରେଳ ଧାରଣା ମଧ୍ୟ ଦେଇ ଫେରିବା ସମୟରେ ହଠାତ ତାଙ୍କୁ ପଛପଟୁ ଏକ ଟ୍ରେନ ଧକ୍କା ଦେଇଥିଲା। ଫଳରେ ସେ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ତେବେ ମଧ୍ୟାହ୍ନ ଭୋଜନ ରେ ଉଆଳି ଙ୍କର ବିଳମ୍ବ ହେବାରୁ ତାଙ୍କ ସହକର୍ମୀ ମାନେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ରେଳ ଧାରଣା କଡ଼ରୁ ତାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡି ରହିଥିବା ଦେଖିଥିଲେ। ତେବେ ଦୀର୍ଘ ୭ ଘଣ୍ଟା ଉଆଳିଙ୍କ ଶରୀର ପଡି ରହିବାରୁ ପେନ୍ଦରୁତି ରେଳ ବିଭାଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ ।

ଏପଟେ ଗ୍ରାମବାସୀ ଏବଂ ନିଜ ପରିବାର ଲୋକେ ଖବର ପାଇ କାନ୍ଦ ବୋବାଳି ଆରମ୍ଭ କରିଥିଲେ। ତେବେ ଉଆଳି ଙ୍କ ମୃତ ଶରୀର କୁ ନିଜ ଗ୍ରାମ କୁ ଆଣିବା ନିମନ୍ତେ ଆର୍ଥିକ ସମ୍ବଳ ନଥିବାରୁ ପରିବାର ଲୋକେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଙ୍କ ନିକଟରେ ପହଞ୍ଚିଥିଲେ। ଏହି ଖବର ଶୁଣିବା ପରେ ଏସଡିପିଓ ଦ୍ବିବେଦୀ ତୁରନ୍ତ ସେହି ବିଶାଖା ଜିଲ୍ଲା ର ଏସପି ଙ୍କ ସହ ଯୋଗାଯୋଗ କରି ଉଆଳି ଙ୍କ ମୃତ ଶରୀର କିପରି ନିଜ ଗ୍ରାମରେ ପହଞ୍ଚିବା ସହ ଠିକାଦାର ଙ୍କ ସହ ଯୋଗାଯୋଗ କରି ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ମଙ୍ଗଳବାର ମଧ୍ୟରାତ୍ର ରେ ଆସି ଉଆଳି ଙ୍କ ମୃତ ଶରୀର ନିଜ ବାସଭବନରେ ପହଞ୍ଚିବା ସହ ଶେଷକୃତ୍ୟ କାର୍ଯ୍ୟ ସମ୍ପନ ହୋଇଥିଲା। ତେବେ ଚିତ୍ରକୋଣ୍ଡା ଏସଡିପିଓ ଙ୍କର ଏଭଳି ବଦାନ୍ୟତା କୁ ବିଭିନ୍ନ ମହଲରେ ବହୁ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.