୨ ଲକ୍ଷ ୮୦ ହଜାର ଜବତ ଘଟଣା : ମୋଟୁ ଥାନା ଆଇଆଇସି ଗିରଫ

0 64

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ଘଟଣାରେ ସୁଶାନ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୁଶାନ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଆର୍. ପ୍ରକାଶ ।

ଗତକାଲି ଆଇଆଇସି ସୁଶାନ୍ତ ଫୁଲନଖରା ସ୍ଥିତ ତାଙ୍କ ଘରକୁ ଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ତାଙ୍କ ଠାରୁ ଏହି ଟଙ୍କା ଜବତ ହୋଇଥିଲା । ତେବେ ଜବତ ଟଙ୍କା ବାବଦରେ କୌଣସି ସନ୍ତୋଷଜନକ ଉତର ଦେଇପାରିନଥିଲେ ଆଇଆଇସି ଶ୍ରୀ ସାହୁ । ଫଳରେ ଜବତ ହୋଇଥିବା ଟଙ୍କାକୁ ନେଇ ଆଇଆଇସି ଶ୍ରୀ ସାହୁଙ୍କ କଟକ ଓ ମୋଟୁ ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । ସୁଶାନ୍ତଙ୍କ ଘର ତନଖି ବେଳେ ଏକ ସେଲ୍ ଡିଡ୍ ଠାବ କରାଯାଇଥିଲା । ସେ ନିଜ ପତ୍ନୀଙ୍କ ନାମରେ ନିକଟରେ କିଣିଥିବା ପ୍ଲଟ୍ ର ସେଲ୍ ଡିଡ୍ ମିଳିଥିଲା । ୨୪ ଲକ୍ଷ ୯୦ ହଜାରରେ ପ୍ଲଟ୍ କିଣିବା ନେଇ ସେଲ୍ ଡିଡ୍ ମିଳିଥିଲା ।

Leave A Reply

Your email address will not be published.