ମାଓବାଦୀ – ଯବାନ ଗୁଳି ବିନିମୟ ଘଟଣା : ଖସିଗଲା ପ୍ଲାଟୁନ କମାଣ୍ଡର

0 75

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କେରିମିଟି ଜଙ୍ଗଲରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀ – ଯବାନ ମୁହାଁମୁହିଁ ହୋଇଥିବା ନେଇ ମାଲକାନଗିରି ଏସପି ପ୍ରହଲ୍ଲାଦ ସାଇ ମୀନା ସୂଚନା ଦେଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଘଟଣାସ୍ଥଳରୁ ଖସିଯିବାରରେ ସଫଳ ହୋଇଛି ପ୍ଲାଟୁନ କମାଣ୍ଡର ।

ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଏସଓଜି, ଡିଭିଏଫ ଓ ବିଏସଏଫ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ ହୋଇଥିଲା । ୨୧ ତାରିଖ ସର୍ଚ୍ଚ ଅପରେସନ ବେଳେ ପ୍ରାୟ ଦିନ ୧୨ଟାରୁ ୧ଟା ମଧ୍ୟରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଜୋରଦାର୍ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ ସମୟରେ ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଥିଲା । ଘଟଣା ପରେ ସମ୍ପୃକ୍ତ ଅଂଚଳରେ କୁମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.