ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗ ସତର୍କ ଅଛି

0 70

ଭୁବନେଶ୍ୱର : ଉତର ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗ ସତର୍କ ଅଛି । ବନ୍ୟା ଆଶଙ୍କା ଥିବା ସ୍ଥାନରେ ଇଞ୍ଜିନିୟରମାନେ ଘାଇ ଉପରେ ନଜର ରଖିଛନ୍ତି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଜଳକା ଯୋଗୁ ତଳମୁଣ୍ଡରେ ୪ ଟି ଘାଇ ହୋଇଛି । ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ । ସମସ୍ତ ଆବଶ୍ୟକୀୟ ଉପକରଣ ମହଜୁଦ ରହିଛି । ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି । ବର୍ତମାନ ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି । ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ପର୍ଯ୍ୟନ୍ତ ଛୁଇଁ ପାରେ । ତଥାପି ସେମିତି କିଛି ଅସୁବିଧା ହେବାର ନାହିଁ । ମହନଦୀ ଅବବାହିକାରେ ବର୍ତମାନ ସେପରି କିଛି ସମସ୍ୟା ନାହିଁ ।

ହୀରାକୁଦର ଗେଟଗୁଡ଼ିକ ନିୟମ ମୁତାବକ ଖୋଲା ଯାଉଛି । ଜଳସ୍ତରକୁ ଦେଖି ଇଞ୍ଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ୍ ଖୋଲୁଛନ୍ତି ବନ୍ଦ କରୁଛନ୍ତି, । ହୀରାକୁଦ ସ୍ଥିତି ବର୍ତମାନ ଠିକ ଅଛି । ଉପର ମୁଣ୍ଡରେ ଏବେ ବର୍ଷା ନାହିଁ, କିନ୍ତୁ ପୂର୍ବାନୁମାନ ହୋଇଛି, ଏତେ ଆଗରୁ କିଛି କହି ହେବ ନାହିଁ । ତଳ ମୁଣ୍ଡରେ ବନ୍ୟାର ଆଶଙ୍କା ନାହିଁ । ହୀରାକୁଦ ପଟୁ ବନ୍ୟାର କୌଣସି ଆଶଙ୍କା ନାହିଁ । ବନ୍ଧ ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ଆମେ ସତର୍କ ଅଛୁ ।

Leave A Reply

Your email address will not be published.