ବିଏମସି ଖୋର୍ଦ୍ଧା ଜିଲ୍ଲା କୋର୍ଟ କଂପ୍ଲେକ୍ସକୁ ୩ ଦିନ ପାଇଁ କଲା ସିଲ

0 60

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟ କଂପ୍ଲେକ୍ସକୁ ୩ ଦିନ ପାଇଁ ଅର୍ଥାତ ୨୪ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସିଲ କରିଦିଆଯାଇଛି । ଗତକାଲି ୧୫ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି ପକ୍ଷରୁ ସୂଚନା ଦିଆ ଯାଇଛି ।

ବିଏମସିର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି ଯେ ଏହି ତିନିଦିନରେ କୋର୍ଟ ସଂପ୍ଲେକ୍ସ ବନ୍ଦ ରହିବା ସହ ସଂପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ ।

ସେହିପରି ପଜିଟିଭ ଚିହ୍ନଟ ହୋଇଥିବା କର୍ମଚାରୀମାନଙ୍କୁ ନିଜ ନିଜ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ କର୍ମଚାରୀମାନେ ଡାକ୍ତରୀ ସହାୟତା ଆବଶ୍ୟକ କରିବେ ସେମାନଙ୍କ ବିଭାଗୀୟ ମୁଖ୍ୟମାନେ ତୁରନ୍ତ ଏ ସଂପର୍କରେ ବିଏମସିକୁ ଜଣାଇବେ ବୋଲି ମଧ୍ୟ କୁହା ଯାଇଛି ।

ଅପରପକ୍ଷରେ ଅନ୍ୟ କର୍ମଚାରୀମାନଙ୍କ ଶରୀରରେ ଯଦି କୌଣସି ଲକ୍ଷଣ ଦେଖାଯାଉଥାଏ, ବିଭାଗୀୟ ମୁଖ୍ୟମାନେ ଏ ସଂପର୍କରେ ମଧ୍ୟ ବିଏମସିକୁ ଜଣାଇବେ ବୋଲି ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ଆସନ୍ତା ୨୭ ତାରିଖରେ କୋର୍ଟ ପରିସର ଖୋଲିବା ପରେ ସେଠାରେ ଏକ ଆରଟିପିସିଆର ପରୀକ୍ଷା ଶିବିର କରାଯାଇ ସବୁ ଅଧିକାରୀ ଓ କର୍ମଚାରୀଙ୍କ ପରୀକ୍ଷା କରାଯିବ ବୋଲି ବିଏମସି ପକ୍ଷରୁ କୁହା ଯାଇଛି ।

Leave A Reply

Your email address will not be published.