ରଗ୍ବି ବାଳିକା ଦଳର ସଫଳତା ନେଇ ଆମେ ଗର୍ବିତ: ନବୀନ

0 60

ଭୁବନେଶ୍ୱର : ଏସୀୟ ୧୮ ବର୍ଷରୁ କମ୍ ରଗବି ସେଭେନ୍ସ ରୌପ୍ୟ ବିଜେତା ଭାରତୀୟ ବାଳିକା ଦଳ ସହିତ ଗୁରୁବାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କଥା ହେବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବାଳିକା ଦଳକୁ ନଗଦ ୫ ଲକ୍ଷ ଟଙ୍କା ପୁରସ୍କାର ଦେଇଛନ୍ତି । ଉଜ୍ବେକିସ୍ତାନର ତାସକେଣ୍ଟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ସହ ୫ ଦେଶ କାଜାଖସ୍ତାନ, କିର୍ଗିଜସ୍ତାନ, ୟୁଏଇ ଓ ଆୟୋଜକ ଉଜବେକିସ୍ତାନ ଭାଗ ନେଇଥିଲେ । ରଗବି ଟିମ୍କୁ ସ୍ୱାଗତ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଦଳର ସଫଳତା କାମନା କରିଛନ୍ତି । ଏହି ସଫଳତା ନେଇ ଆମେ ଗର୍ବିତ । ଏହା ଆରମ୍ଭ ହୋଇଛି । ଆଗାମୀ ଦିନରେ ଇତିହାସ ରଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦ୍ୱାରା ସଫଳତା ଲାଗି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ସମସ୍ତ ଖେଳାଳିମାନଙ୍କ ପାଇଁ ଓଡ଼ିଶା ସରକାର, ରଗବି ଇଣ୍ଡିଆ ଓ ସହଯୋଗୀ ବ୍ଲେଡ୍ ଏୟାର ମୋବିଲିଟି ପକ୍ଷରୁ ମୋଟ ଉପରେ ପ୍ରାୟ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ଲାଗି ଘୋଷଣା କରାଯାଇଥିଲା । ଓଡ଼ିଶାର ତରୁଲତା ନାଏକ, ମାମା ନାଏକ ଓ ନିର୍ମାଲ୍ୟା ରାଉତ ଏହି ୧୫ ଜଣିଆ ଦଳରେ ସ୍ଥାନ ପାଇଥିଲେ ।

Leave A Reply

Your email address will not be published.