ମୋଦୀ-ବାଇଡେନ୍ ଆଲୋଚନା

0 63

ନୂଆଦିଲ୍ଲୀ : ତିନିଦିନିଆ ଆମେରିକା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପ୍ରତି ଜୋ ବାଇଡେନ୍ ଙ୍କ ମଧ୍ୟରେ ହ୍ୱାଇଟ୍ ହାଉସ୍ ରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ବାଇଡେନ୍ ରାଷ୍ଟ୍ରପତି ହେବା ପରେ ମୋଦୀଙ୍କ ଏହା ପ୍ରଥମ ସାକ୍ଷାତ । କୋଭିଡ୍ ମୁକାବିଲା, ଜଳବାୟୁ ପରିବର୍ତ୍ତନ, ଇଣ୍ଡୋ-ପାସିଫିକ୍ ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗତକାଲି ହ୍ୱାଇଟ୍ ହାଉସ୍ ରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଥମଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ଓ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଭାରତ ହେଉଛି ଆମେରିକାର ବଡ ଅଂଶୀଦାର ବୋଲି କମଲା ହାରିସ କହିଥିବା ବେଳେ କୋଭିଡ୍ ଟିକା ରପ୍ତାନୀ ପାଇଁ ଭାରତର ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି । ଆତଙ୍କବାଦ ସମେତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଉଭୟ ନେତା । ଏଥିସହିତ ଭାରତର କୋଭିଡ୍ ପରିଚାଳନାକୁ ସେ ପ୍ରଶଂସା କରିଥିଲେ । କମଲା ହାରିସଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ମୋଦୀ ।

Leave A Reply

Your email address will not be published.