ବାୟୁ ପ୍ରଦୂଷଣ : ବର୍ଷକୁ ଯାଉଛି ୭୦ ଲକ୍ଷ ଲୋକଙ୍କ ଜୀବନ

0 63

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ବିଶ୍ୱର ୯୦ ପ୍ରତିଶତ ଜନସମୂହ ଏବଂ ଦକ୍ଷିଣ ଏସିଆର ପୁରା ଜନସଂଖ୍ୟା ପ୍ରଦୂଷିତ ବାତାବରଣରେ ରହିବାକୁ ବାଧ୍ୟ ହୁଅନ୍ତି । ତେବେ ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ଏକ ଗାଇଡଲାଇନ୍ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) । ଶେଷଥର ପାଇଁ ୨୦୦୫ରେ ହୁ’ ପକ୍ଷରୁ ବାୟୁର ଗୁଣବତ୍ତାକୁ ନେଇ ଗାଇଡଲାଇନ ଜାରି କରାଯାଇଥିଲା । ବାୟୁ ପ୍ରଦୂଷଣ
ଯୋଗୁ ବର୍ଷକରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ତେଣୁ ବାୟୁ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହେଉଥିବା ଫୁସ୍ଫୁସ୍ ସମ୍ପର୍କିତ ରୋଗ ସହ ମୃତ୍ୟୃହାରକୁ ହ୍ରାସ କରିବା ଲକ୍ଷ୍ୟ ନେଇ ହୁ’ ଏପରି ଗାଇଡ୍ଲାଇନ୍ ଜାରି କରିଛି । ମିଳିତ ଜାତିସଂଘର ୧୯୪ ସଦସ୍ୟ ଦେଶକୁ ହୁ’ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ ରେ ପ୍ରଦୂଷଣର ସୃଷ୍ଟି ହେଉଥିବା ସର୍ବାଧିକ ସ୍ତରକୁ ହ୍ରାସ କରାଯାଇଛି । ନୂଆ ଗାଇଡ୍ଲାଇନ୍ ରେ ଜୀବାଶ୍ମ ଇନ୍ଧନରୁ ମିଳୁଥିବା କଣିକା ମ୍ୟାଟର ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡର ସ୍ତରକୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି । ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ । ଏଥିସହ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଏହା ସବୁଠାରୁ ବଡ଼ ବିପଦ ।

ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । ତେଣୁ ବାୟୁ ପ୍ରଦୂଷଣ ଜନିତ ସମସ୍ୟାକୁ ସୁଧାରି ପାରିଲେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଏଥିରେ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପାର୍ଟିକୁଲେଟ୍ ମ୍ୟାଟର(ପିଏମ)ର ବାର୍ଷିକ ହାରାହାରି ପିଏମ ୨.୫ସ୍ତରକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟରରୁ ୫କୁ ହ୍ରାସ କରିଛି । ଏଥିପାଇଁ ମୃତ୍ୟୁର ସବୁଠୁ ବଡ଼ କାରଣ । ସେହିପରି ପିଏମ ୧୦ର ସ୍ତରକୁ ୨୦ ମାଇକ୍ରୋଗ୍ରାମ୍ସରୁ ୧୫କୁ ହ୍ରାସ କରାଯାଇଛି । ଯଦି ବର୍ତ୍ତମାନ ବିଶ୍ୱରେ ଜାରି ରହି ଥିବା ପ୍ରଦୂଷଣକୁ ହ୍ରାସ କରାଯାଇପାରିବ, ତା’ହେଲେ ପିଏମ ୨.୫ ସହ ଜଡ଼ିତ ମୃତ୍ୟୁକୁ ପ୍ରାୟ ୮୦% ହ୍ରାସ କରାଯାଇପାରିବ । ଏହି ପାର୍ଟିକିଲ କାରଣରୁ ଶ୍ୱାସ ନେବାରେ କଷ୍ଟ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

Leave A Reply

Your email address will not be published.