ଓଡ୍ରାଫ ମିଳିଲା କର୍ମଚାରୀଙ୍କ ମୃତଦେହ ମିଳିଲା

0 57

– ଗତକାଲି ଦୁର୍ଘଟଣା ପରଠାରୁ ଥିଲେ ନିଖୋଜ

ଭୁବନେଶ୍ୱର : ମହାନଦୀକୁ ହାତୀ ଉଦ୍ଧାର କରିବାକୁ ଯାଇ ବୋଟ ବୁଡିବା ଘଟଣାରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଏସଆରସି ସକାଳେ ଧବଳେଶ୍ୱର ଠାରୁ ମୃତ ଦେହ ମିଳିଲା ବୋଲି ସୂଚନା ଦେଇଥିଲେ । ମାତ୍ର ପରବର୍ତୀ ସମୟରେ ତାଙ୍କର ସୂଚନା ଭୁଲ ବୋଲି ନିଜେ ଟ୍ୱିଟରରେ ସ୍ୱୀକାର କରିଥିଲେ ।

ଉଲ୍ଲେଖନୀୟ ଯେ ଗତକାଲି ମହାନଦୀରେ ଫସିଥିବା ଦନ୍ତା ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର ବୋଟରେ ଓଡ୍ରାଫ କର୍ମଚାରୀଙ୍କ ସହ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ ।

Leave A Reply

Your email address will not be published.