ବାତ୍ୟା ପାଇଁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

0 75

-୭ ଜିଲ୍ଲାକୁ ‘ରେଡ୍’,୪କୁ ‘ଅରେଞ୍ଜ୍’ ଓ ୧୦କୁ ‘ୟେଲୋ’ ୱାର୍ଣ୍ଣିଙ୍ଗ୍ ଜାରି କରାଗଲା

ଭୁବନେଶ୍ବର : ରବିବାର ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବାକୁ ଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ ପ୍ରଭାବରେ ସମଗ୍ର ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଷ

ପାଣିପାଗ ବିଭାଗ ପକ୍ଷରୁ ଜାରୀ ବୁଲେଟିନ୍ରେ କୁହାଯାଇଛି ଯେ ରାଜ୍ୟର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅଳ୍ପ କେତେ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଉପରୋକ୍ତ ସମସ୍ତ ଜିଲ୍ଲାଗୁଡ଼ିକରେ ‘ରେଡ୍ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଛି।

ଅପର ପକ୍ଷରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିଂବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ‘ଅରେଞ୍ଜ୍ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଥିବା ନେଇ ସୂଚନା ଦିଆଯାଇଛି ।

ସେହିପରି ଏହା ବ୍ୟତିରେକେ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାର ଗୋଟିଏ କିଂବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥବାରୁ ‘ୟେଲୋ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଥିବା ନେଇ କୁହା ଯାଇଛି ।

Leave A Reply

Your email address will not be published.