ଅରିନ୍ଦମଙ୍କ ଆତ୍ମାର ସଦଗତି କାମନା କରି ସମୂହ ପ୍ରାର୍ଥନା

0 72

ପଟ୍ଟାମୁଣ୍ଡାଇ : ଓଡିଶା ସାମ୍ବାଦିକତା ଜଗତର ଅମୂଲ୍ୟ ରତ୍ନ ଦୁଃସାହସୀ ସାମ୍ବାଦିକ ଓଟିଭିର ଯୁବସାମ୍ବାଦିକ ଅରିନ୍ଦମ ଦାସ ଅପରେସନ ଗଜରାଜରେ ସାମିଲ ହୋଇ ସିଧା ପ୍ରସାରଣ ପାଇଁ ମହାନଦୀ ମଧ୍ୟକୁ ବୋଟରେ ଯାଇଥିବାବେଳେ ଦୂର୍ଘଟଣାରେ ଜୀବନ ଦେବା ସାରା ଓଡିଶାକୁ ସ୍ତବ୍ଧ କରିଦେଇଛି । ଦାଶଙ୍କ ବିୟୋଗରେ କେନ୍ଦ୍ରାପଡା କର୍ମଜୀବୀ ସାମ୍ବାଦିକ ସମୂହ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଜିଲ୍ଲା ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରଥମେ ମହମବତୀ ଜାଳି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅରିନ୍ଦମ ଦାଶଙ୍କ ତ୍ୟାଗ, ବଳିଦାନ ଓଡ଼ିଆ ସମ୍ବାଦିକତା ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଏହି ସ୍ମୃତି ସଭାରେ ଜିଲ୍ଲାର ବହୁ ସମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଓ ରାଜନେତା ଉପସ୍ଥିତ ରହି ଅମରାତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି ସ୍ମୃତି ସଭାରେ ମନୋଜ ସ୍ୱାଇଁ, ପ୍ରଭାତ ପରିଡା, ମହେଶ ପାଢ଼ୀ, ସୋମନାଥ ସାହୁ, ଜୀବନ ସିଂ, ଜଗନ୍ନାଥ ଧଳ, ପ୍ରଶାନ୍ତ କୁମାର ନାୟକ, ଦିଲ୍ଲୀପ ମହାନ୍ତି, ପ୍ରଫୁଲ୍ଲ ସାହୁ, ଉମାକାନ୍ତ ମହାପାତ୍ର, ବୀରେନ୍ଦ୍ର ଦାସ, ଉମେଶ ପାଢ଼ୀ, ଦୁର୍ଗା ପତି, ନାରାୟଣ ସାହାଣୀ, ସୁବାଷ ସାମଲ, ରବିନାରୟଣ ପତି, ଚିତ୍ତ ରଞ୍ଜନ ଦାସ, ଚିତ୍ତ ରଞ୍ଜନ ସାହୁ, କୈଳାଶ ସାହୁ, ହରେକୃଷ୍ଣ ବେହେରା, ସେକ ହାଫିଜ଼ଉଦିନ, ସମାଜ ସେବୀ ପ୍ରମୋଦ ସାହୁ, ପୂର୍ବତନ ବିଧାୟକ ଚିନ୍ମୟ ବେଉରା ପ୍ରମୁଖ ଯୋଗ ଦେଇଥିଲେ ।

ସେହିଭଳି ପଟ୍ଟାମୁଣ୍ଡାଇ ଅଚଂଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ହରପାର୍ବତୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଅକ୍ଷୟ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ମଲ୍ଲିକ, ପତିତପାବନ ଭଦ୍ର, ଅଲେଖ ଶର୍ମା, ସିଦ୍ଧାର୍ଥ କୁମାର ରାଉତ, ପ୍ରବୀର ନାୟକ, ପ୍ରଦୋଷ ବିଶ୍ୱାଳ, ରଶ୍ମିରଞ୍ଜନ ମହାନ୍ତି, ଶ୍ମୁତି ଗିରି, ହିମାଦ୍ରୀ ମାଝି, କୁମାରେଶ ନାୟକ ପ୍ରମୁଖ ଯୋଗ ଦେଇ ଅରିନ୍ଦମଙ୍କ ଅନନ୍ୟ ସାମ୍ବାଦିକତା ଉପରେ ଆଲୋକପାତ କରିବା ସହିତ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିବା ସହିତ ରାଜ୍ୟ ସରକାର ଓ ଓଟିଭି କର୍ତୃପକ୍ଷ ଅରିନ୍ଦମଙ୍କ ପରିବାରକୁ ସହାୟତା ଓ ପରିବାର ସଦସ୍ୟଙ୍କୁ ଚାକିରୀ ଦେବାକୁ ଦାବୀ କରିଥିଲେ ।

Leave A Reply

Your email address will not be published.