ଗୁଲାବ ବାତ୍ୟାକୁ ନେଇ ସଚେତନତା

0 65

କଲ୍ୟାଣସିଂହପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଗୁଲାବ ବାତ୍ୟା କୁ ନେଇ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କୁ ଜିଲାପାଳ ସୋରଜ କୁମାର ମିଶ୍ର  ରେଡ଼ ଜୋନ ରେ ଘୋଷଣା କରିଛନ୍ତି ।ଏହାକୁ ଦୃଷ୍ଟିରେ ରଖି ବ୍ଲକ, ତହସିଲ ଓ ପୁଲିସ ପ୍ରଶାସନ ପକ୍ଷରୁ ନାଗାବଳୀ ନଦୀ କୂଳରେ ଅବସ୍ଥିତ ଥିବା ମାଝୀଗୁଡା ପଞ୍ଚାୟତର  ଜିଲୁଣ୍ଡା, କତାଗୁଡା, କୁରାଡି,ବୁଡ଼ାଗୁଡା ପଞ୍ଚାୟତ ର କୁମ୍ବାର ଗୁଡା ,କନ୍ଧ କାଟିପଡୁ ପଞ୍ଚାୟତ ର କନ୍ଧ କାତିପାଡୁ ,ପୂଜାରୀଗୁଡା ପଞ୍ଚାୟତର ପୂଜାରୀଗୁଡା , ବିନିଶପୁର,ମନାରୀଗୁଡ଼,କଲ୍ୟାଣ ସିଂହପୁର ପଞ୍ଚାୟତ ର କଲ୍ୟାଣ ସିଂହପୁର ଟାଉନ ଓ ବଡଦ୍ୱାର ସାହି ରେ ଲୋକଙ୍କୁ ରାଜସ୍ୱ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ, ମିନାକ୍ଷୀ ପାଣିଗ୍ରାହୀ ଗାଁ ଗାଁ ବୁଲି  ସଚେତନତା କରିବା ସହିତ ବର୍ଷା ଓ ପବନ ହେବା ମାତ୍ରେ  ନିକଟରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ । ମାଝୀଗୁଡା ପଞ୍ଚାୟତରେ କିଛି ଗାଁକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ବ୍ଲକର ଉଭୟ ପାର୍ଶ୍ୱରେ ଥିବା ନାଗାବଳୀ ଓ କଲ୍ୟାଣୀ ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମକୁ ମଧ୍ୟ ପ୍ରଶାସନ ପହଞ୍ଚି ବର୍ଷା ଓ ପବନ ହେବା ମାତ୍ରେ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦିଆଯାଇଛି  । ଆଜି ବିଡ଼ିଓ  ସୁଧାକର ରଇତ ମଧ୍ୟ ନଦୀ କୂଳିଆ ଗାଁକୁ ଯାଇ ସଚେତନ କରିଛନ୍ତି । ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ଦେଖିବାକୁ ମିଳିଛି ।ଏଥି ପାଇଁ ସ୍ଥାନୀୟ ବଡବ୍ରାହ୍ମଣ ସାହି ପ୍ରାଥମିକ ବିଦ୍ୟାଳୟରେ  ପ୍ରଶାସନ ପକ୍ଷରୁ ଅସହାୟ ବୁଡାବୁଢ଼ୀ ମାନଙ୍କ ପାଇଁ ଅସ୍ଥାୟୀ ଆହାର କେନ୍ଦ୍ର କରାଯାଇଥିବା ବିଡ଼ିଓ ସୁଧାକର ରଇତ କହିଛନ୍ତି । ଏହି ଗୁଲାଵ ବାତ୍ୟା ରେ ସଜାଗ ରହିବା ପାଇଁ ଏକ ଗାଡ଼ିରେ ସାଉଣ୍ଡ ମାଧ୍ୟମରେ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ପୁଲିସ ଦଳ ,ବ୍ଳକ ଓ ତହସିଲ ସବୁ ପ୍ରଶାସନ ର ମିଳିତ ଉଦ୍ୟମରେ ସଚେତନତା କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.