ପୁଅର ପରକୀୟା ପ୍ରୀତି ପାଇଁ ବାପାମାଙ୍କ ଉପରେ ଆକ୍ରମଣ : ମା ମୃତ, ବାପା ଗୁରୁତର

0 60

ସୁନ୍ଦରଗଡ଼ : ଜୁନାଡିହି ହତ୍ୟା ଘଟଣାର ଗୁମର ଖୋଲିଛି ପୋଲିସ । ପୁଅର ପରକୀୟା ପ୍ରୀତି ପାଇଁ ଶେଷରେ ବାପା ମାଙ୍କ ଉପରେ ହୋଇଛି ଆକ୍ରମଣ । ଆକ୍ରମଣରେ ମା ବାଚି ଓରାମଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ମଧୁ ଓରାମ ଗୁରୁତର ଭାବେ ଆହତ ହୋଇଛନ୍ତି । ମଧୁଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଜୁନାଡିହି ଗ୍ରାମରେ ଦମ୍ପତିଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ବିଳମ୍ବିତ ରାତିରେ ଦମ୍ପତିଙ୍କୁ କୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଦମ୍ପତିଙ୍କ ପୁଅ ସହ ଗ୍ରାମର ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଅନୈତିକ ସମ୍ପର୍କ ସନ୍ଦେହରେ ମହିଳାଙ୍କ ସ୍ୱାମୀ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ପୁଅ ଘରେ ନଥିବାରୁ ବାପା ମା ରୋଷର ଶିକାର ହୋଇଥିଲେ । ଆକ୍ରମଣରେ ମା ବାଚି ଓରାମଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ମଧୁ ଓରାମ ଗୁରୁତର ଭାବେ ଆହତ ହୋଇଛନ୍ତି । ମଧୁଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.