ଇଣ୍ଡିଆ ବୁକ ଅପ୍ ରେକର୍ଡ଼ରେ ବୃନ୍ଦାବାହାଲର କୁନି ଝିଅଙ୍କ କୃତିତ୍ବ

0 61

ଗୋଲାମୁଣ୍ଡା : ଇଣ୍ଡିଆ ବୁକ ଅପ୍ ରେକର୍ଡ ପକ୍ଷରୁ ହୋଇଥିବା ଏକ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ  ବୃନ୍ଦାବାହାଲ ଗ୍ରାମର ଆରାଧନା ରାଉତ (ବୟସ ୩ ବର୍ଷ ୫ ମାସ) ପିତା ଅଜିତ କୁମାର ରାଉତ ମାତା ପ୍ରେମସିଲା ରାଉତ କୃତିତ୍ୱ ଆଣିଛନ୍ତି । ଗତ ଅଗଷ୍ଟ ମାସରେ ଇଣ୍ଡିଆ ବୁକ ଅପ୍ ରେକର୍ଡ ପକ୍ଷରୁ ହୋଇଥିବା ଏହି ପ୍ରତିଯୋଗିତାରେ ଆରାଧନା ବିଭିନ୍ନ ଦେଶର ଜାତୀୟ ପତାକା, ମାନବ ଶରୀରର ବିଭିନ୍ନ ଅଙ୍ଗ, କମ୍ପ୍ୟୁଟରର ବିଭିନ୍ନ ଅଂଶ, ଅନେକ ସ୍ୱାଧୀନତା ସଂଗ୍ରାମୀ, ବିଭିନ୍ନ ଫଳ, ଐତିହାସିକ ସ୍ଥାନ, ଜାତୀୟ ଚିହ୍ନ, ପନି ପରିବା, ବନ୍ୟ ପଶୁ ପକ୍ଷୀ, ଗୃହ ପାଳିତ ପଶୁ ପକ୍ଷୀ, ରାଜ୍ୟ ଓ ରାଜଧାନୀ ମାନଙ୍କର ନାମ, ତଥା ବିଭିନ୍ନ ବିଷୟର ୨୫ ଗୋଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର, ବିପରୀତ ଶବ୍ଦ ଆଦି ବିଭିନ୍ନ ପ୍ରଶ୍ନର ଉତ୍ତର ନିର୍ଭୁଲ ଭାବରେ ଦେଇ ଇଣ୍ଡିଆ ବୁକ ଅପ୍ ରେକର୍ଡ଼ରେ କୃତକାର୍ଯ୍ୟ ହୋଇଛନ୍ତି । ଅଳ୍ପ ବୟସରେ ଏପରି କୃତିତ୍ୱ ପାଇଁ ଆରାଧନା ରାଉତ (ସିଲ୍କି) ଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି । 

Leave A Reply

Your email address will not be published.