ପିପିଲି ଉପନିର୍ବାଚନ : ଦିନ ୧ଟା ସୁଦ୍ଧା ମତଦାନ ୪୫.୩୨ ପ୍ରତିଶତ

0 66

ପୁରୀ : ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳ ୭ଟା ଠାରୁ ଭୋଟ୍ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ମିଳିଛି ।

ପିପିଲି ବିଧାନସଭା ନିର୍ବାଚନମଣ୍ଡଳିରେ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ଭୋଟଗ୍ରହଣକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପ୍ରତି ବୁଥ୍ ରେ ପୋଲିସ ମୁତୟନ ହୋଇଛନ୍ତି । ଅତି ସ୍ପର୍ଶକାତର ବୁଥ୍ ଗୁଡିକରେ ପୋଲିସ ସହ ମାଜିଷ୍ଟ୍ରେଟଙ୍କୁ ଦାୟୀତ୍ୱ ଦିଆଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ବିଶାଲ ସିଂହ ବିଭିନ୍ନ ବୁଥ୍ ବୁଲିବା ସହ ସୁରକ୍ଷିତ ମତଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଦିବ୍ୟାଙ୍ଗ ଭୋଟର ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରୀ ରହିବ । ପରେ ଭୋଟ୍ ବାକ୍ସ ଗୁଡିକ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଣାଯାଇ ଏହାକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଆସନ୍ତା ୩ ତାରିଖରେ ଭୋଟ୍ ଗଣତି କରାଯିବ ।

Leave A Reply

Your email address will not be published.