ଏଣିକି ଗଡ଼ପୋଷରେ ରହିବ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ

0 70

ସମ୍ବଲପୁର : ଗଡ଼ପୋଷ ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ବହୁ ଦିନରୁ ଗଡ଼ପୋଷ ଷ୍ଟେସନରେ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ ରହଣି ପାଇଁ ଦାବି ହୋଇ ଆସୁଥିଲା । ତେବେ ନିକଟ ଅତୀତରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ ଓ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପୃଥକ୍ ଅନୁରୋଧ ପତ୍ର ଲେଖିଥିଲେ । ଆଜି ବିଧିବଦ୍ଧ ଭାବେ ରେଳ ବିଭାଗ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରି ଉକ୍ତ ଏକ୍ସପ୍ରେସର ଉଭୟ ଅପ୍ ଓ ଡାଉନ ଟ୍ରେନର ରହଣି ପାଇଁ ସମୟ ସରଣୀ ଜାରି କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବହୁ ଦିନର ଦାବୀ ପୂରଣ ହୋଇଥିବାରୁ ବିଜେପି ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ବିଜେପି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.