ମନ୍ଦିରକୁ ଚୋରୀ କରିବାକୁ ଆସି ପୋଲିସ ହାବୁଡ଼ରେ ଲୁଟିଆ

0 67

ମାହାଙ୍ଗା : ଚୋର ଘର ସବୁଦିନ ଅଂଧାର ନଥାଏ ଏମିତି ଏକ ଅଂଧାର ରାତିରେ ଏକ ହିରୋ ହଣ୍ଡା ବାଇକ ଧରି ଚୋରୀ କରିବାକୁ ଆସିଥିବା ୩ ଜଣ ଅଚାନକ ପୋଲିସ ହାବୁଡ଼ରେ ପଡିବା ପରେ ୨ ଲୁଟେରା ପୋଲିସକୁ ଚକମା ଦେଖାଇ ସାଥୀ ଚୋରକୁ ଛାଡି ଅଂଧାର ରାତିରେ ପାଣିରେ ପଶି ଛୁ’ ମାରିବା ଚର୍ଚ୍ଚାର ବିଷୟ ହୋଇଛି । ଏମାନେ ମାହାଙ୍ଗା ଥାନା ଅଂଚଳର ପ୍ରସିଦ୍ଧ ବିଦେହୀ ବାବାଙ୍କ ମନ୍ଦିର ଓ ନିକଟସ୍ଥ ହନୁମାନ ମନ୍ଦିରରୁ ଚୋରୀ କରିବାକୁ ଆସିଥିଲେ । ତେବେ ମନ୍ଦିର ହୁଣ୍ଡିଭାଙ୍ଗି ଭକ୍ତଙ୍କ ଦାନଅର୍ଥକୁ ଲୁଟିନେଇ ଫେରାର ହୋଇଯିବାକୁ ଉଦ୍ୟମ ଚଳେଇଥିବା ସମୟରେ ରାତ୍ର କାଳୀନ ପେଟ୍ରୋଲିଙ୍ଗରେ ବାହାରିଥିବା ମାହାଙ୍ଗା ଥାନା ଏଏସଆଇ ନରେନ୍ଦ୍ର ଖୁଣ୍ଟିଆ ଏବଂ ତାଙ୍କ ସହଯୋଗୀଙ୍କ ହାବୁଡ଼ରେ
ପଡିଯାଇଥିଲେ ।

ପୋଲିସ ସହ ଧସ୍ତାଧସ୍ତି ହେବାବେଳେ ଜଣକୁ କାବୁ କରାଯାଇଥିଲା ଓ ଅନ୍ୟ ୨ ଜଣ ଲୁଟେରା ଚତୁରତାର ସହିତ ଘଟଣାସ୍ଥଳୀରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ତେବେ ପୋଲିସ ହାତରେ ଧରାପଡିଥିବା ଲୁଟେରା ସିନ୍ଧୁପୁର ଗାଁ’ର ମଦନ ସେଠୀଙ୍କ ପୁଅ ଈଶ୍ୱର ସେଠୀ ବୋଲି ଜଣାପଡିଛି । ସେହି ରାତିରେ ଘଟଣାସ୍ଥଳୀରୁ ଚୋରମାନେ ବ୍ୟବହାର କରୁଥିବା ଏକ ବାଇକ, ସେମାନଙ୍କ ମୋବାଇଲ ଏବଂ ଟଙ୍କା ସହ ହୁଣ୍ଡି ବାକ୍ସ ଜବତ ହୋଇଛି । ଚୋରୀ ମାମଲାରେ ଗିରଫ ଅସମୀ ଈଶ୍ୱର ସେଠୀକୁ ୨୧୬/୨୧ ନମ୍ବର କେଶ ବଳରେ କୋର୍ଟ ଚାଲାଣ କରାଯାଇଛି ଓ ଫେରାର ହୋଇଯାଇଥିବା ତା’ର ଅନ୍ୟ ୨ ସହଯୋଗୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.