ମରଣ ଯନ୍ତା ପାଲଟିଛି ଚିତାପରି ବ୍ରିଜ୍

0 68

ମାଲକାନଗିରି : ପୁଣି ଦବିଲା ବାଲିମେଳା-ଚିତାପାରୀ ବ୍ରିଜର ଉଭୟ ପାର୍ଶ୍ଵକୁ ସଂଯୋଗ କରୁଥିବା ସିମେଣ୍ଟ କଂକ୍ରିଟ ରାସ୍ତା । ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଏବଂ ପୋଟରେଲ ପଂଚାୟତକୁ ଯୋଗାଯୋଗ କରିବାକୁ ହେଲେ ପୂର୍ବେ ଲୋକମାନେ ଦେଶୀ ଡଙ୍ଗା ମାଧ୍ୟମରେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଥିଲେ । ତେବେ ବହୁ ବର୍ଷ ଧରି ଲୋକେ ହନ୍ତସନ୍ତ ହେବାରୁ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ପ୍ରାୟ ୬ କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨ ବର୍ଷ ପୂର୍ବେ ବ୍ରିଜ ନିର୍ମାଣ କରିଥିଲେ । ତେବେ ବ୍ରିଜ ନିର୍ମାଣ ହୋଇ ଆଜିକୁ ୨ ବର୍ଷ ବିତିଗଲା ସତ କିନ୍ତୁ ଏଯାଏଁ ହୋଇପାରିଲାନି ଉଦଘାଟନ । ଏଥି ସହିତ ନିମ୍ନ ମାନର କାର୍ଯ୍ୟ ହୋଇଥିବା ହେତୁ ବାରମ୍ବାର ବ୍ରିଜର ଉଭୟ ପାର୍ଶ୍ଵ ଦବିବାରେ ଲାଗିଚି । ଉଭୟ ପାର୍ଶ୍ଵ ରାସ୍ତା ଦବି ଯିବା ବେଳେ ସିମେଣ୍ଟ କଂକ୍ରିଟ ରାସ୍ତା ଉପରକୁ ଉଠି ଭଗ୍ନ ଅବସ୍ଥାକୁ ଗତି କଲାଣି । ତେବେ ମାଟି ପକାଇ ବ୍ରିଜର ଉଭୟ ପାର୍ଶ୍ୱରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି ସତ କିନ୍ତୁ ମାଟି ପକାଇ ଦୁଇ ପାର୍ଶ୍ଵରେ ପଥର ପିଚିଙ୍ଗ ନ ହୋଇଥିବା ହେତୁ ବର୍ଷାରେ ମାଟି ଧୋଇ ନେଉଛି । ଫଳରେ ରାସ୍ତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି ।

ବ୍ରିଜର ଉପର ଭାଗର ସିମେଣ୍ଟ କଂକ୍ରିଟ ମଧ୍ୟ ବର୍ତ୍ତମାନ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି । ତେବେ ପୂର୍ବରୁ ଏନେଇ ଖବର ପ୍ରକାଶିତ ପରେ ଆରଡି ବିଭାଗ ଠିକାଦାରଙ୍କୁ କହି ଦବି ଥିବା ସ୍ଥାନ ଉପରେ କଂକ୍ରିଟ କରାଇ ଉଚ୍ଚ କରାଇଥିଲେ । ତେବେ ବର୍ତ୍ତମାନ ମଧ୍ୟ ସେହିଭଳି ସମାନ ପରିସ୍ଥିତି ଉପୁଜୁଥିବା ହେତୁ ବ୍ରିଜର ଉଭୟ ପାର୍ଶ୍ୱରେ ଥିବା କଂକ୍ରିଟ ରାସ୍ତାକୁ ପୁନଃ ନିର୍ମାଣ ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ତେବେ ଉଭୟ ପାର୍ଶ୍ଵ ଦବି ଯିବା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ନିରୀହ ବାଇକ ଆରୋହି । ଏହି ବ୍ରିଜ ଉପରେ ଅଲୋକୀକରଣର ବ୍ୟବସ୍ଥା ହୋଇ ନଥିବାରୁ ରାତ୍ରି ସମୟରେ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ଅଳ୍ପକେ ବର୍ତ୍ତି ବ୍ରିଜ ତଳକୁ ନ ଖସି ଆହତ ହୋଇଥିବା ଘଟଣା ବହୁବାର ଦେଖିବାକୁ ମିଳିଛି । ତେବେ ବ୍ରିଜ ରେ ଅଲୋକୀକରଣ ବ୍ୟବସ୍ଥା ସହ ଯଦି ଉଭୟ ପାର୍ଶ୍ଵ କଂକ୍ରିଟ ରାସ୍ତା ଉତ୍ତମ ମାନର ନ ହୁଏ ତାହେଲେ ଆଗାମୀ ଦିନରେ କେହି ମଧ୍ୟ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରେ ତାହା ଏଡାଇ ଦିଆଯାଇ ନପାରେ । ଏନେଇ ଆମେ ଆରଡି ବିଭାଗର ଏସଡିଓଙ୍କୁ ପଚାରିବାରୁ ସେ ତୁରନ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ କାମ ସାରିବେ ବୋଲି ମତ ଦେଇଛନ୍ତି । ତେବେ ତୁରନ୍ତ ଏହି ସମସ୍ୟା ର ସମାଧାନ ନିମନ୍ତେ ବିଭିନ୍ନ ମହଲରେ ଦାବି ଜୋର ଧରିଛି ।

Leave A Reply

Your email address will not be published.