ହାଇୱା ପଛରେ ଧକ୍କା ଦେଲା କାର୍, ଜଣେ ମୃତ

0 78

ଘସିପୁରା : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ କନ୍ତୋ ମୁଷଳ ନଦୀ ପୋଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ହାଇୱା ପଛରେ ଧକ୍କା ଦେଇଛି କାର୍ । ଏଥିରେ ଜଣେ ବ୍ୟକ୍ତିକୁ ଗୁରୁତର ଅବସ୍ଥାରେ ଦମକଳ ବାହିନୀ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

କାର୍ ଟି କେନ୍ଦୁଝରରୁ ଭୁବନେଶ୍ଵର ଯାଉଥିବା ବେଳେ ଭାରସାମ୍ୟ ହରାଇ ହାଇଓ୍ବା ପଛରେ ଧକ୍କା ଦେଇଥିଲା । ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଂଚି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଇବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ମୃତକଙ୍କ ନାମ ପନୱାର ଘେୱାର ଚାନ୍ଦ ହୋଇଥିବାବେଳେ ଘର ରାଜସ୍ଥାନରେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.