ଆସନ୍ତା କାଲି ପିପିଲି ଉପନିର୍ବାଚନ ଫଇସଲା

0 68

-ବିଜେଡି-ବିଜେପିର ଦାବି ଆମେ ଜିତିବୁ
-ହାତ ଟେକିଦେଲା କଂଗ୍ରେସ

ଭୁବନେଶ୍ୱର : ଆସନ୍ତା କାଲି ପିପିଲି ଫଇସଲା । କିନ୍ତୁ ଭୋଟ ଗଣତି ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ଅଙ୍କକଷା ଆରମ୍ଭ ହୋଇଯାଇଛି । ଉପନିର୍ବାଚନ ମତଦାନ ହାର ବଢ଼ିବା ନେଇ ବିଜେପି ଉତ୍ସାହିତ ଥିବାବେଳେ ପୁଣି ପିପିଲି ଗଡ଼ ଜିତିବା ନେଇ ବିଜେଡି ଦୃଢ଼ୋକ୍ତି ପ୍ରକାଶ କରିଛି । କିନ୍ତୁ କଂଗ୍ରେସ ଫଳାଫଳ ଆସିବା ପୂର୍ବରୁ ପରାଜୟ ମାନିନେଇଛି । ଗତ ନିର୍ବାଚନଠାରୁ ବିଜେଡି ଏଥର ଅଧିକ ଭୋଟ ପାଇବ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ହରାଇଥିଲା ପୁରୀ ଏବଂ ବ୍ରହ୍ମଗିରି ସିଟ୍ । କିନ୍ତୁ ସ୍ୱଗର୍ତ ପ୍ରଦୀପ ମହାରଥୀ ତାଙ୍କ ଗଡ ବଜାୟ ରଖିଥିଲେ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କଠାରୁ ପ୍ରଦୀପ ମହାରଥୀ ୧୫ହଜାର ୭୮୭ ଅଧିକ ଭୋଟ ପାଇଥିଲେ । ଏଥର ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଧାୟକ କରିବା ପାଇଁ ଡେଲାଙ୍ଗ ଓ ପିପିଲିବାସୀ ମନସ୍ଥ କରିଛନ୍ତି ବୋଲି ଶ୍ରୀ ଦାଶ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେହିପରି ଉପନିର୍ବାଚନରେ ମତଦାନ ହାର ବଢ଼ିବା ନେଇ ଉତ୍ସାହିତ ହୋଇଛି ବିଜେପି । ଏହା ପରିବର୍ତ୍ତନର ସଙ୍କେତ ଦେଉଛି ବୋଲି ଦଳ କହିଛି । ଏଥର ଭୋଟହାର ୧ ପ୍ରତିଶତ ବଢ଼ି ୭୮.୨୪ ପ୍ରତିଶତ ହୋଇଛି । ଭୋଟହାର ବଢ଼ିଛି ଅର୍ଥ ବିଜେପି ଏଥିରୁ ଫାଇଦା ପାଇବ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କିଏ କେତେ ଭୋଟରେ ଜିତିବ ତାକୁ ନେଇ ଅଙ୍କକଷା ଚାଲିଥିବା ବେଳେ, ଭୋଟ ଗଣତି ଆଗରୁ ହାତ ଟେକି ଦେଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସ ହାରୁଥିବା ମାନି ନେଇଛନ୍ତି । ପିପିଲିରେ ଦଳ ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ରାଉତରାୟ । ସମୁଦାୟ ୩୪୮ ବୁଥ୍ର ଇଭିଏମ୍ଗୁଡିକୁ ପୁରୀ ପେଙଋକଟାସ୍ଥିତ ୱେରହାଉସ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି । ଭୋର ୪ଟା ପର୍ଯ୍ୟନ୍ତ ପୋଲିଂ ଅଧିକାରୀ ଓ ପ୍ରାର୍ଥିମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଇଭିଏମ୍କୁ ଷ୍ଟ୍ରଙ୍ଗ ରୁମ୍ ରେ ରଖି ସିଲ୍ କରାଯାଇଛି । ଏବେ ୨୪ ଘଣ୍ଟିଆ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ଇଭିଏମ୍ । ବିଏସ୍ଏଫ୍ ଯବାନ୍, ଓଏସ୍ଏପି ଯବାନ୍ ଓ ରାଜ୍ୟ ପୋଲିସର ସଶସ୍ତ୍ର ସୁରକ୍ଷାକର୍ମୀ ଓ ମାଜିଷ୍ଟ୍ରେଟ୍ ମୁତୟନ କରାଯାଇଛି ।

Leave A Reply

Your email address will not be published.