୨ ମାସ ପରେ ହତ୍ୟା ଅଭିଯୁକ୍ତଙ୍କୁ ଝାଡଖଣ୍ଡରୁ ଗିରଫ କଲା ପୋଲିସ

0 75

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଓ ଚଉଦକୁଲାଟ ଫାଣ୍ଡି ଅଧୀନ ଗାଙ୍ଗପଡା ପଚାଂୟତ ସୋବଳା ଗ୍ରାମରେ ଗତ ୨ ମାସ ତଳେ ଘଟିଯାଇଥିବା ଜଘନ୍ୟ ହତ୍ୟାକାଣ୍ଡର ଆସାମୀଙ୍କୁ ପୋଲିସ ଝାଡଖଣ୍ଡରୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି ।

ଗତ ୦୧/୦୭/୨୦୨୧ ମସିହାରେ ଗାଙ୍ଗପଡା ପଚାଂୟତ ସୋବଳା ଗ୍ରାମରେ ପୋଇ ଗଛ ଓପାଡିବାକୁ ନେଇ ଏହି ଗ୍ରାମର ରାଜେନ୍ଦ୍ର ସାମଲଙ୍କ ସ୍ତ୍ରୀ ଓ ତାଙ୍କ ବଡ ଭାଇ ସୁରେନ୍ଦ୍ର ସାମଲଙ୍କ ସ୍ତ୍ରୀଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାରେ ବଡଭାଇ ସୁରେନ୍ଦ୍ର ସାମଲ ଓ ତାଙ୍କ ପୁଅ ଦୀପକ ସାମଲ ରାଜେନ୍ଦ୍ରଙ୍କ ଘରେ ପଶି ନିସ୍ତୁକ ପିଟିଥିଲେ । ଏକ ଚେୟାରକୁ ରାଜେନ୍ଦ୍ରଙ୍କ ଛାତି ଉପରେ ପକାଇ ମାଡି ବସିବାରୁ ରାଜେନ୍ଦ୍ର ସଂଜ୍ଞାହୀନ ହୋଇଯାଇଥିଲେ । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟ ଓ ପରେ କଟକ ବଡଡାକ୍ତଖାନାକୁ ଚିକିତ୍ସା ପାଇଁ ନିଆଯିବା ବାଟରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ ବାପା ସୁରେନ୍ଦ୍ର ସାମଲ ଓ ପୁଅ ଦୀପକ ସାମଲ ଫେରାର ହୋଇ ଯାଇଥିଲେ । ପୋଲିସ ଉଭୟଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଆଡେ ଚଢାଉ ଜାରି ରଖିଥିଲେ ହେଁ ଆସାମୀମାନଙ୍କୁ ଗିରଫ କରାଯାଇ ପାରୁନଥିଲା ।ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଚଉଦକୁଲାଟ ଫାଣ୍ଡି ଅଧିକାରୀ ବିଲ୍ୱମଙ୍ଗଳ ସେଠୀଙ୍କ ନେତୃତ୍ୱରେ ଗଠିତ ଏକ ସ୍ପେସାଲ ସ୍କ୍ୱାର୍ଡ ଅଭିଯୁକ୍ତମାନଙ୍କ ମୋବାଇଲ ଟ୍ରାକିଂ କରି ଝାଡଖଣ୍ଡର ଧାନବାଦରୁ ଗତକାଲି ୨ ଅଭିଯୁକ୍ତ ସୁରେନ୍ଦ୍ର ସାମଲ ଓ ଦୀପକ ସାମଲଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଆସାମୀମାନଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞୁର ହୋଇଯିବାରୁ କେନ୍ଦ୍ରାପଡା ବାରିମୂଳ ସବଜେଲକୁ ପଠାଇ ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୃତ ରାଜେନ୍ଦ୍ରଙ୍କ ପତ୍ନୀଙ୍କ ଏତଲାକୁ ଭିତି କରି ପଟ୍ଟାମୁଣ୍ଡାଇ ଥାନାରେ କେସ ନଂ.- ୪୦୯/୨୧ ଦଫା ୩୦୨ ଓ ୩୪ରେ ଏକ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.