ପନ୍ଦର ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁଣୁପୁର ପୋଲିସ

0 71

ରାୟଗଡ/ଗୁଣପୁର : ରାୟଗଡ ଜିଲ୍ଲା ଉପଖଣ୍ଡ ଗୁଣୁପୁର ଥାନା ଅଂଚଳରୁ ପନ୍ଦର ଜୁଆଦି ଗିରଫ ଦୁଇ ଲକ୍ଷ ପାଚିସୀ ହଜାର ନସହ ନବେ ଟଙ୍କା ସହ ମଟର ସାଇକେଲ ମୋବାଇଲ ଫୋନ ଜବତ କରିଛି ।  ଗୁଣୁପୁର ଥାନା ତରଫରୁ  ଗତ ୩୦ ତାରିଖ ଦିନ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ନିକଟସ୍ଥ ରେଗାଡା ଗ୍ରାମର କାଜୁ ବଗିଚାକୁ ଚାରି ଆଡୁ ଘେରି ଚଢ଼ାଉ କରିଥିଲେ ସେଠି ଜୁଆ ଖେଳ ଚାଲିଥିବା ସମୟରେ ଘଟଣା ସ୍ଥଳରେ ଜୁଆଡିଙ୍କୁ ଧରି ବାରେ ସଫଳ ହେଇଥିଲେ । ଘଟଣା ସ୍ଥଳରୁ ତେର ଗୋଟି ଦାମୀ କାର, ଦସଗୋଟି ତାସ କାର୍ଡ, ଗୋଟିଏ ଲେଡ଼ ଲାଇଟ,କିଛି ପ୍ଲାଷ୍ଟିକ କଏନ, ଦୁଇଗୋଟି ଟର୍ପଳୀନ ଜବତ କରିଛି ପୋଲିସ । ଆଗରୁ ଅନେକ ବାର ଖବର ପାଇଥିଲେ ସୁଦ୍ଧା ଏହି ଜୁଆଡି ଙ୍କୁ ଧରିବାରେ ବିଫଳ ହେଇଛନ୍ତି ସେମାନେ ପୋଲିସକୁ ଚକମା ଦେବାରେ ସଫଳ ହେଇଥିଲେ । କିନ୍ତୁ ଏଥର ସମସ୍ତେ ପଡିଛନ୍ତି ପୋଲିସ ଜାଲରେ ଏହି ଖେଳାଳି ମାନେ ଅହରହ ଅଧିକ ଟଙ୍କା ନେଇ ଖେଳୁଥିବାରୁ ଅଂଚଳରେ ଭିନ ଭିନ ପ୍ରକାର ଅପରାଧ ଘଟୁଥୁବା ନେଇ ଅନେକ ଅଭିଯୋଗ କରି ଅସୁଥୁଲେ । ଗିରଫ ଆସାମୀ ମଧ୍ୟରୁ କିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏବଂ ଆଉ କେତେଜଣ ପଡୋଶୀ ରାଜ୍ୟ ଆନ୍ଧ୍ର ର ଶ୍ରୀକାକୁଲମର ବୋଲି ଜଣା ପଡିଛି ।ଏହାର ସବିଶେଷ ତଥ୍ୟ ତଦନ୍ତ ପରେ ସର୍ବ ସମୁଖକୁ ଆସିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.