ବନ୍ଧୁକ ମୁନରେ ୧.୨୦ ଲକ୍ଷ ଟଙ୍କା ଲୁଟ୍

0 73

ଖୋର୍ଦ୍ଧା : ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଦୁଇ ବାଇକ୍ ଲୁଟେରା ବନ୍ଧୁକ ଦେଖାଇ ଭୟଭିତ କରି ଯୁବକଙ୍କ ଠାରୁ ୧.୨୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି । ଖବର ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ମୁତାବକ, କଢ଼ାମଲ ଗାଁର ଜିତେନ୍ଦ୍ର କୁମାର ଗୁରୁ ଖୋର୍ଦ୍ଧାରୁ ବ୍ୟାଙ୍କରୁ ପ୍ରାୟ ୧.୨୦ ଲକ୍ଷ ଟଙ୍କା ଉଠାଇଥିଲେ । ଏହା ପରେ ବାଘମାରି ଠାରେ ଥିବା ଏଟିଏମ୍ ରୁ ବାକି ଟଙ୍କା ଉଠାଇ ବାଇକ୍ ଯୋଗେ ନିଜ ଗାଁ ଅଭିମୁଖେ ଯାଉଥିଲେ । ସିମୋର ନିକଟରେ ସେ ପରିସ୍ରା ଯିବା ପାଇଁ ରାସ୍ତା କଡରେ ଗାଡ଼ି ରଖୁଥିଲେ । ଏହି ସମୟରେ ପଛରୁ କଳା ପଲସରରେ ଆସୁଥିବା ଦୁଇ ଜଣ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିବା ସହ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।

ଲୁଟ୍ ର ଶିକାର ହୋଇଥିବା ଜିତେନ୍ଦ୍ର ସନ୍ଦେହ କରୁଛନ୍ତି ଯେ, ସେ ବାଘମାରିରେ ଥିବା ଏଟିଏମ୍ ରୁ ଟଙ୍କା ଉଠାଇବା ପରେ ଦୁର୍ବୃତ୍ତ ଦ୍ବୟ ତାଙ୍କୁ ପିଛା କରିଥିଲେ । ସେମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ନେଇ ଯାଇଥିଲେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.