ବନ୍ୟାବିପନ୍ନଙ୍କୁ ରିଲିଫ ବଣ୍ଟନ

0 68

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ପ୍ରଦୀପ୍ତ ଦାସ ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଛନ୍ତି । ମାହାଙ୍ଗା ବ୍ଲକ ଚାହାପଡା ଗ୍ରାମପଞ୍ଚାୟତ ଜହଳ, ବ୍ରହ୍ମଗଦ ପ୍ରମୁଖ ଗ୍ରାମଗୁଡିକର ବହୁ ବନ୍ୟାବିପନ୍ନ ପରିବାରଙ୍କ ନିକଟରେ ପହଂଚି ଜରିପାଲ, ରେସନ ସାମଗ୍ରୀ, ଘରଭାଙ୍ଗି ଯାଇଥିବାରୁ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ପରିବାରକୁ ଜରିପାଲ ସମେତ ରାତ୍ର ଭୋଜନ ପାଇଁ ବ୍ୟବସ୍ଥା କରିଛନ୍ତି । ତେବେ ଯାହା କୁହ ଲୋକମାନଙ୍କ ସୁଖ ଦୁଃଖ କଥା ବୁଝି କଂଗ୍ରେସ ନେତା ପ୍ରଦୀପ୍ତ ଦାସ ନିଜ ହାତପାଣ୍ଠିରୁ ଗରିବ ଲୋକମାନଙ୍କୁ ସହଯୋଗର ହାତ ବଢାଇଥିବାରୁ ବହୁ ବରିଷ୍ଠ ନାଗରିକ, ବୃଦ୍ଧିଜୀବୀ, ଯୁବବର୍ଗ ଶ୍ରୀ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.