ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସାମ୍ବାଦିକଙ୍କୁ ଆକ୍ରମଣକୁ ବିରୋଧ

0 72

କନ୍ଧମାଳ : ରାଜ୍ୟରେ ଦିନ କୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହେଉଛନ୍ତି ବୋଲି ଶୁକ୍ରବାର ଫୁଲ ବାଣୀ ପ୍ରେସ କ୍ଳବ୍ ପକ୍ଷରୁ ଆୟୋଜିତ ସଭାରେ ମତପ୍ରକାଶ ପାଇଛି ।

ପିପିଲିଠାରେ ଉପନିର୍ବାଚନ ସମୟରେ ଅର୍ଥବାଂଟିବା ଖବରକୁ ନେଇ ସାମ୍ବାଦିକ କାଳୁ ଚରଣ ସାହୁ ଙ୍କୁ କିଛି ରାଜନୈତିକ ନେତା ଆକ୍ରମଣ କରିବା ଅଭିଯୋଗ ହୋଇଥିବାବେଳେ ଭୁବନେଶ୍ୱରଠାରେ ସମୟର ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ କିଛି ଦୁବୃର୍ତ ସକାଳେ ମଣିଙ୍ଗୱାର୍କ ବେଳେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏହି ଘଟଣା ସଂପୂର୍ଣ୍ଣ ନିନ୍ଦନୀୟ । ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା ଲାଗି ପ୍ରେସ କ୍ଲବ ସଦ୍ଭାପତି ସୁନୀଲ ପଟନାୟକ ଦାବୀ କରିଛନ୍ତି । ରାଜ୍ୟ ସରକାର ସାମ୍ୱାଦିକମାନଙ୍କ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ ପାଇଁ ମଧ୍ୟ ସଭାପତି ପଟ୍ଟନାୟକ ଦାବୀ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପ୍ରଶାନ୍ତ ବେହେରା, ସହ ସଂପାଦକ ରମେଶ ପ୍ରଧାନ, ସୂର୍ଯ୍ୟନାରାୟଣ ବେହେରା , ବ୍ରଜନାୟକ, ସନ୍ତୋଷ ଡ଼ିଗଲ, ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାର ତିବ୍ର ନିନ୍ଦା କରିବା ସହ ସୁରକ୍ଷା ଯୋଗାଇ ଦେବାକୁ ଦାବୀ କରିଥିଲେ ।

Leave A Reply

Your email address will not be published.