ମହିଳା ଓ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ, ଦୁର୍ଦ୍ଦାନ୍ତ ଅପରାଧୀ ଅୟୁବ ଖାଁ’ କୋର୍ଟ ଚାଲାଣ, ଅନ୍ୟ ଅଭିଯୁକ୍ତ ଫେରାର

0 70

ମାହାଙ୍ଗା : ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଂଚଳରେ ବହୁ ଚର୍ଚ୍ଚିତ ମାଆ, ଝିଅ ଓ ଏମାନଙ୍କ ଶିଶୁ ପୁତ୍ରକୁ କିରୋସିନ ଢାଳି ଜୀବନ୍ତ ଜାଳି ଦେବାର ଉଦ୍ୟମ ଏବଂ ମାରଣାସ୍ତ୍ର ଦ୍ୱାରା ରକ୍ତାକ୍ତ ଆକ୍ରମଣ ମାମଲାରେ ଦୁର୍ଦ୍ଦାନ୍ତ ଅପରାଧୀ ଅୟୁବ ଖାଁ’କୁ ଆଜି ଗିରଫ କରିଛି ସ୍ଥାନୀୟ ଫାଣ୍ଡି ପୋଲିସ । ଜମିଜମା ବିବାଦକୁ ନେଇ ଝଡ଼େଶ୍ୱରପୁର ଗାଁ’ର ଅୟୁବ ଖାଁ’, ତାଙ୍କର ଦ୍ୱିତୀୟ ପତ୍ନୀ ସବନା ବିବି, ଗୋବିନ୍ଦପୁର ଗାଁ’ର ହୃଷିକେଶ ନାୟକ ଓ ତାଙ୍କର ପୁଅ ଟିଟନ ନାୟକ, ହୃଷିକେଶଙ୍କ ଭଉଣୀ ବିଦୁଲତା ବରାଳ ଓ ଭଣଜା ମିଟୁ ବରାଳ ସଂଘବଦ୍ଧ ଭାବରେ ଗତ ୨ ତାରିଖ ସକାଳେ ସଫିନା ବିବି, ଆୟେସା ଅଫ୍ରିନ, ଆୟେସାର ୮ ମାସର ପୁଅକୁ ମାରାଣାନ୍ତ ଆକ୍ରମଣ କରିବା ସହ ସେମାନେ ରହୁଥିବା ଘର ଭାଙ୍ଗି ଦେଇଥିଲେ ।


ଏହି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମାହାଙ୍ଗା ଥାନାରେ ଏତଲା ହୋଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଇଛି । ପୀଡିତା ପରିବାର ପ୍ରଥମେ ମାହାଙ୍ଗା ସରକାରୀ ହସ୍ପିଟାଲ ଓ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ଅୟୁଵ ଖାଁ କୁ ଆଜି କୋର୍ଟ ଚାଲାଣ କରାଯାଇଛି ।ଅନ୍ୟ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଖୁବ ଶୀଘ୍ର ଆଇନିଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.