ଚିରା ଫଟା ପଲିଥିନ ତଳେ ବିତୁଛି ଜୀବନ, ଧନୀ ଜିଲ୍ଲାରେ ବିକାଶର ବିକଳ ଚିତ୍ର : କାମରେ ଆସୁନି ସରକାରୀ ଯୋଜନା

0 58

କେନ୍ଦୁଝର : କେନ୍ଦୁଝର ଭଳି ଧନୀ ଜିଲ୍ଲାରେ ସରକାରଙ୍କର ଲୋକାଭିମୁଖୀ ଯୋଜନା ସବୁ ଯେଭଳି ମଜାକ୍ ପାଲଟିଛି । ଜିଲ୍ଲାର ବିକାଶର ଏପରି ବିକଳ ଚିତ୍ର ସାମ୍ନାକୁ ଆସିଛି । ଅବଶ୍ୟ ଯେଉଁ ରାଜ୍ୟରେ ଅନ୍ୟାୟଦୁର୍ନିତି ବିରୁଦ୍ଧରେ କିମ୍ବା ଗରୀବ ନିସହାୟଙ୍କୁ ନ୍ୟାୟ ଦେବାଲାଗି ତଥା ଅଚଂଳବାସୀଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ହକ୍ ଦେବା କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧି ପ୍ରାୟତଃ ଅସଫଳ ସେଠାରେ ବିକାଶ ବାଟବଣା ହେବା ସ୍ୱଭାବିକ୍ । ଯାହାକି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗ୍ରାମାଚଂଳ ଗୃହନିର୍ମାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ସେହି କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଢିପାସାହି ଗ୍ରାମର ଏକ ଗରୀବ ପରିବାର ଆଜି ବି ଛିଣ୍ଡାଫଟା ଜରି ତଳେ ଜୀବନ ବିତାଉଅଛି । ଯେଉଁଥିରୁ ସରକାରୀ ଯୋଜନା ଗରୀବଙ୍କୁ କିଭଳି ଉପହାସ କରୁଛିି ତାହା ସ୍ପଷ୍ଟ ବାରି ହୋଇପଡୁଛି । କିନ୍ତୁ, କିଏ ଏଥିପାଇଁ ଉତରଦାୟୀ ତାହା ହିଁ ପ୍ରଶ୍ନ ।

କେନ୍ଦୁଝର ଝୁମ୍ପୁରା ବ୍ଲକ ବାରିଆ ଗ୍ରାମପଂଚାୟତ ଅନ୍ତର୍ଗତ ଢିପାସାହିର ପରୀକ୍ଷୀତ ମହାନ୍ତ । ପରିବାର କହିଲେ ସେ ତାଙ୍କ ସ୍ତ୍ରୀ ଓ ତିନୋଟି ଛୋଟ ଛୁଆ । ତାଙ୍କର ଥିବା ୨୦ ଡିସିମିଲର ଜମିରେ ସେ ପନିପରିବା ଚାଷ ସହ ମୂଲ ମଜୁରୀ ଲାଗି ପରିବାର ପୋଷଣ କରିଥାନ୍ତି । କିଛିଦିନ ପୂର୍ବେ ଲଗାଣ ବର୍ଷାରେ ତାଙ୍କ ଘରଟି ଭୂଷୁଡି ପଡିଲା । ଛାତର ରୁଅ ସବୁ ଭାଙ୍ଗିରୁଜି ନଷ୍ଟ ହୋଇଗଲା । ପରିକ୍ଷିତ ସରପଂଚଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଗୁହାରି କରିକରି ଥକିଗଲେଣି ହେଲେ କେହି ହେଲେ ଶୁଣୁ ନାହାଁନ୍ତି । ଫଳରେ ଉପାୟ ଶୂନ୍ୟ ହୋଇ ଏବେ ପଲିଥିନର ଏକ ଘର କରି ନିଜର ପାଂଚ ପ୍ରାଣୀକୁଟୁମ୍ବଙ୍କୁ ନେଇ ମୁଣ୍ଡ ଗୁଞ୍ଜିଛନ୍ତି ସେ । ବର୍ଷା ଥଣ୍ଡା କାକରରେ ଏହି ପଲିଥିନ ତଳେ ଛୋଟ ଛୋଟ ପିଲାଙ୍କୁ ଜ୍ୱର ମଧ୍ୟ ହେବାକୁ ଆରମ୍ଭ ହେଲାଣି । ଏହି ଗ୍ରାମରେ କେବଳ ପରୀକ୍ଷିତଙ୍କ ଯେ ଏମିତି ଅବସ୍ଥା ତା ନୁହେଁ । ଗୋବର୍ଦ୍ଧନ ନାଏକଙ୍କର ଘରର କାନ୍ଥ ମଧ୍ୟ ସମ୍ପୂର୍ଣ୍ଣ ଭୂଷୁଡି ପଡିଥିଲେ ସୁଦ୍ଧା ଗୁହାରି କେହି ଶୁଣୁନାହାଁନ୍ତି । ପଦନା ମୁଣ୍ଡାଙ୍କର ଘର ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ । କେତେବେଳେ କ’ଣ ଯେ ଘଟିବ ତାହା କହିବା ମୁସ୍କିଲ ।

ସୂଚନାଯୋଗ୍ୟ ଯେ, ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ଜିଲ୍ଲା ପ୍ରଶାସନ ପାଖରେ ରହିଛି ଖଣିରୁ ଆଦାୟ କୋଟି କୋଟି ଟଙ୍କାର ଡି.ଏମ୍.ଏଫ. ଓ ଓମ୍ବାଡସି ଫଣ୍ଡ । ଫଣ୍ଡର ଅର୍ଥ ଜିଲ୍ଲା ସୌନ୍ଦର୍ଯ୍ୟକରଣ, ବାବୁଭାୟାଙ୍କର ଅଫିସ ସୋନ୍ଦର୍ଯ୍ୟକରଣ, ବାହାର ଜିଲ୍ଲାର ସୌନ୍ଦର୍ଯ୍ୟକରଣ ସହ ବେଆଇନ ହେଲେବି ସରକାରୀ ଯୋଜନାରେ ବିନିଯାଗ ହେଉଥିବା ବେଳେ ପରୀକ୍ଷୀତ ମହାନ୍ତଙ୍କ ଠାରୁ ଗୋବର୍ନ୍ଧନ ନାଏକ, ପଦନା ମୁଣ୍ଡାଙ୍କ ଭଳି ଅନେକ ଗରୀବ ଅସହାୟଙ୍କ କଥା ଭୂଲିଯିବା ଜିଲ୍ଲାବାସୀଙ୍କ ପାଇଁ ଲଜ୍ୟାଜନକ ନୁହେଁ କି? ଏହି ଘଟଣାକୁ ବାରିଆ ପଂଚାୟତ ସରପଂଚ ଦ୍ରୌପଦୀ ନାଏକ ସ୍ୱୀକାର କରିବା ସହ ପିଏସ୍ ମେମ୍ବର ଓ ଜିଆରଏସଙ୍କ ସହ ବିଡିଓଙ୍କୁ ଦାୟୀ କରିଥିବା ବେଳେ ତଦନ୍ତ କରିବା ବୋଲି କହି ସରକାରୀ ବାବୁ ନିଜର ଅପାରଗତା ଲୁଚାଇବାକୁ ଚେଷ୍ଟା କରିଥିଲେ ।

Leave A Reply

Your email address will not be published.