ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

0 66

ଭୁୁବନେଶ୍ୱର : ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଶପଥ ନେଇଛନ୍ତି । ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାସ୍ଥିତ ନିଜ ପ୍ରକୋଷ୍ଠରେ ମଙ୍ଗଳବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ଶପଥ ପାଠ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ ରୁଦ୍ର କହିଛନ୍ତି ଯେ ଅଂଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ । ଆଜି ଶପଥ ନେବା ପରେ ଆସନ୍ତାକାଲିଠୁ ଏଦିଗରେ କାମ ଆରମ୍ଭ କରିଦେବି । ଏହାବାଦ ଆଚରଣବିଧିର ଆଜି ଶେଷ ଦିନ । କାଲିଠୁ ଅଫିସିଆଲ ପ୍ରୋସେସ୍ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ରୁଦ୍ର ।

ଉଲ୍ଲେଖ୍ୟଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀଏବଂ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧକ ଭୋଟରେ ପରାସ୍ତ କରି ପିପିଲି ଆସନ ହାତେଇଛନ୍ତି । ରୁଦ୍ର ମହାରଥୀ ୯୬ ହଜାର ୯୭୨ଟି ଭୋଟ୍ ପାଇଥିଲେ ।

Leave A Reply

Your email address will not be published.