ଗାନ୍ଧିନଗର ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ବିଜେପିର ବିପୁଳ ବିଜୟ

0 48

ଗାନ୍ଧିନଗର : ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିନ (ଜିଏମସି) ରେ ନିଜର କ୍ଷମତା ବଜାୟ ରଖିଛି । କଂଗ୍ରେସ ଦେବଭୂମି-ଦ୍ୱାରକା ଜିଲ୍ଲାର ଭାନୱଡ ପୌରପାଳିକାକୁ ବିଜେପିଠାରୁ ଛଡ଼ାଇ ନେଇଛି । ଜିଏମସିରେ ଥିବା ୪୪ ଟି ଆସନ ମଧ୍ୟରୁ ବିଜେପି ୪୧ ଟି ଆସନ, କଂଗ୍ରେସ ଦୁଇଟି ଏବଂ ଆପ୍ କୁ ଗୋଟିଏ ଆସନରେ ବିଜୟ ପ୍ରାପ୍ତ ହୋଇଛି । ଅନ୍ୟ ତିନୋଟି ମ୍ୟୁନିସିପାଲିଟି – ଦେବଭୋମି-ଦ୍ୱାରକା ଜିଲ୍ଲାର ଓଖା ଏବଂ ଭାନୱଡ ଏବଂ ବନାସକାଣ୍ଠା ଜିଲ୍ଲାର ଥାରା ପୌରପାଳିକା ପାଇଁ ମଧ୍ୟ ଗଣନା କରାଯାଇଥିଲା ।

ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମଗ୍ର ଗୁଜୁରାଟ ଏବଂ ଗାନ୍ଧିନଗର ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନର ଫଳାଫଳ ଗୁଜୁରାଟ ଏବଂ ବିଜେପି ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ନିଶ୍ଚିତ କରୁଛି । ଆମକୁ ବାରମ୍ବାର ଆଶୀର୍ବାଦ ଦେଇଥିବାରୁ ଧନ୍ୟବାଦ । ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରିଥିବାରୁ ସମସ୍ତ ବିଜେପି କର୍ମୀଙ୍କୁ ଅଭିନନ୍ଦନ ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗାନ୍ଧିନଗର ମ୍ୟୁନିସିପାଲିଟି କର୍ପୋରେସନ୍ ତଥା ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥା ଉପ-ନିର୍ବାଚନରେ ବିଜେପିର ଏହି ବୃହତ ବିଜୟ ଦର୍ଶାଉଛି ଯେ ବିଜେପି ସରକାରଙ୍କ ବିକାଶ ଭିତିକ ତଥା ଗରିବ କଲ୍ୟାଣ ନୀତିରେ ଗୁଜରାଟର ଲୋକଙ୍କ ବିଶ୍ୱାସ ରହିଛି । ମୁଁ ଲୋକମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି ।

Leave A Reply

Your email address will not be published.