ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ମୋର ପ୍ରଥମ ଲକ୍ଷ୍ୟ : ରୁଦ୍ର

0 64

ଭୁବନେଶ୍ୱର : ଶପଥ ନେଲେ ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ବିଧାନସଭାରେ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଞ୍ଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ । ଆଜି ଶପଥ ନେବା ପରେ ଆସନ୍ତାକାଲିଠୁ ଏ ଦିଗରେ କାମ ଆରମ୍ଭ କରିଦେବି । ଏହାବାଦ ଆଚରଣବିଧିର ଆଜି ଶେଷ ଦିନ । କାଲିଠୁ ଅଫିସିଆଲ ପ୍ରୋସେସ୍ ଆରମ୍ଭ ହୋଇଯିବ ବୋଲି ଶପଥପାଠ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି ରୁଦ୍ର । ଏଥର ଉପନିର୍ବାଚନରେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ବାଜି ମାରିନେଇଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧକ ଭୋଟରେ ପରାସ୍ତ କରି ପିପିଲି ଆସନ ହାତେଇଛନ୍ତି । ରୁଦ୍ର ମହାରଥୀ ୯୬ ହଜାର ୯୭୨ ଭୋଟ୍ ପାଇଥିଲେ । ସୂଚନାଯୋଗ୍ୟ, ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ଆସନକୁ ଦଖଲ କରିଛନ୍ତି ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ପିପିଲିରେ ବିଜେଡି ପ୍ରାର୍ଥୀ ତଥା ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୦,୯୧୬ ଭୋଟରେ ପରାସ୍ତ କରିଛନ୍ତି । ଏହି ପରାଜୟ ସହ ଆଶ୍ରିତଙ୍କର ବିଜୟ ଆଶା ଧୂଳିସାତ୍ ହୋଇଛି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ର ଅମାନତ ହରାଇଛନ୍ତି । ଚଳିତ ଥର ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତସାବ୍ୟସ୍ତ କରିଥିଲେ । ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ । ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା । ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.