ଆସୁଛି ଆଉ ଏକ ବାତ୍ୟା !

0 68

ଭୁବନେଶ୍ୱର : ଅକ୍ଟୋବର ମାସରେ ଅନେକ ବାତ୍ୟା ଦେଖିଛି ଓଡ଼ିଶା । ମହାବାତ୍ୟାଠାରୁ ଫାଇଲିନ୍ ଯାଏ ସବୁ ବାତ୍ୟା ରାଜ୍ୟକୁ ପ୍ରଭାବିତ କରିଛି । ଏବେ ପୁଣି ସେହି ଅକ୍ଟୋବରରେ ଆଉ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧୁଛି । ବେସରକାରୀ ପାଣିପାଗ ସଂସ୍ଥା ଜିଏଫ୍ଏସ୍ କରିଥିବା ଆକଳନ ଅନୁସାରେ ୧୭ ତାରିଖ ବେଳକୁ ଆଉ ଏକ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ମତ ରଖିନଥିବା ବେଳେ ଏକାଧିକ ମଡେଲ କିନ୍ତୁ ଏ ଦିଗକୁ ଇଙ୍ଗିତ କରୁଛି । ସୂଚନା ଅନୁସାରେ ୧୪ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଉପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଆଣ୍ଡାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ । ବର୍ତ୍ତମାନ ସମୁଦ୍ର ଉପରେ ତାପମାତ୍ରା ଯାହା ରହିଛି ଏବଂ ପାରିପାଶ୍ୱର୍ିକ ସ୍ଥିତି ବାତ୍ୟା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରୁଛି । ଯଦି ଏହି ଆକଳନ ସତ ପ୍ରମାଣିତ ହୁଏ, ତେବେ ପାର୍ବଣ ସମୟରେ ବର୍ଷାର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ପୂର୍ବରୁ ବି ଅକ୍ଟୋବର ମାସରେ ହୋଇଥିବା ବାତ୍ୟାର ଗମ୍ଭୀରତା ଯଥେଷ୍ଟ ଅଧିକ ରହୁଥିବାରୁ ସୃଷ୍ଟି ହେଉଥିବା ଏହି ଘୂର୍ଣ୍ଣିବଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ।

Leave A Reply

Your email address will not be published.