ଡକାୟତି ଯୋଜନା ବେଳେ ୫ ଗିରଫ

0 78

ବ୍ରହ୍ମପୁର-୬/୧୦:ବ୍ରହ୍ମପୁର ସଦର ଥାନା ଅଧିନସ୍ତ ନିମଖଣ୍ଡି ଫାଣ୍ଡି ପୋଲିସ ପକ୍ଷରୁ ଲୋଚାପଡା ଏବଂ ଗୁରୁଣ୍ଠି ରାସ୍ତାରେ ଥିବା ପାଣି ମହାପ୍ରଭୁ ନିକଟରେ ଚାଲିଥିବା ଏକ ଡକାୟତି ଉଦ୍ୟମ ପଣ୍ଡ କରାଯାଇଛି ।ମିଳିଥିବା ସୂଚନାନୁସାରେ ଗତ ରାତିରେ ନିମଖଣ୍ଡି ପୋଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ଚାଲିଥିବା ବେଳେ କିଛି ଯୁବକଙ୍କୁ ପୋଲିସ ସନ୍ଦେହ କରି ପଚରା ଉଚରା କରିବା ସହ ଗିରଫ କରିବାରେ ସଫଳ ହୋଇଥିଲା। ଏଥିରେ ପୋଲିସ ଜାଣିବାକୁ ପାଇଥିଲା ଯେ ଲୋଚାପଡ଼ା ଠାରୁ ଗୁରୁଣ୍ଠି ଯିବା ରୋଡ଼ରେ ଥିବା ଏକ ପେଟ୍ରୋଲ ପମ୍ପରେ ଲୁଟ କରିବାକୁ ସେମାନେ ଯୋଜନା ପ୍ରସ୍ତୁତ ଚଳାଇଥିଲେ। ଏହାପରେ ପୋଲିସ ସେମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଲୁହା ରଡ଼,ବୋମା, କଟର ବ୍ଲେଟ୍ ଭଳି ବହୁ ମରଣାସ୍ତ୍ର ଜବତ କରିପାରିଛି। ଏଥିରେ ପୋଲିସ କେ.ମୋହନ ରାଓ(୩୫), ତାରିଣୀ ଦାସ (୨୧), ଧ୍ରୁବ ସାହୁ (୨୩), କୁନା ଗୌଡ଼ (୨୫), ଅଜିତ ସ୍ୱାଇଁ (୨୧) ପାଞ୍ଚ ଜଣଙ୍କୁ ଗିରଫ କରାଯାଇ ଥିବା ସଦର ଥାନାଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଏବଂ ତାଙ୍କ ଷ୍ଟାଫ ସାମିଲ ଥିଲେ।

Leave A Reply

Your email address will not be published.