ଭୁବନେଶ୍ୱରକୁ ପୁଣି ଫେରିଛି କରୋନା କଟକଣା

0 70

ଭୁବନେଶ୍ବର : ପାର୍ବଣରେ ସଂକ୍ରମଣ ରୋକିବା ପାଇଁ ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କରୋନା କଟକଣା । କିଛିଦିନର ନୀରବତା ପରେ ପୁଣି ଥରେ ଫେରିଛି ଭୟ, ଲାଗିଛି କଟକଣା। ପାର୍ବଣରେ ସଂକ୍ରମଣ ରୋକିବାକୁ କଟକଣାକୁ ଟାଇଟ୍‌ କରିଥିବା ବିଏମ୍‌ସି କିଛି ସଂକ୍ରମିତଙ୍କ ସୂଚନା ପାଇ ପୁଣି କଠୋର ପଦକ୍ଷେପ ନେଇଛି । ରାଜଧାନୀର ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି । ଏଠାରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଛି କଟକଣା । ବିଏମ୍‌ସିର ୫୨ ନମ୍ବର ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳର ଥିବା ଆପାର୍ଟମେଣ୍ଟରେ ଏକାଧିକ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଛି । ଏହା ନିଶ୍ଚିତ ହେବା ପରେ ବିଏମ୍‌ସି ଝୁଲାଇ ଦେଇଛି କଣ୍ଟେନମେଣ୍ଟ ଜୋନ୍‌ର ନୋଟିସ୍‌ । ତେବେ ସଂପୃକ୍ତ ଅଞ୍ଚଳରୁ କେହି ବାହାରକୁ ଆସିପାରିବେନି ବା ସେଠାକୁ ଯାଇପାରିବେନି ବୋଲି ସ୍ପଷ୍ଟ କରାଯାଇଛି । ଆଗକୁ ପାର୍ବଣ ଥିବାରୁ ନିୟମ କଡ଼ାକଡି କରିବାକୁ ବିଏମସି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି । ବିବାହ ଉତ୍ସବ ଏବଂ ଶ୍ରାଦ୍ଧ ଆଦି କାର୍ଯ୍ୟକ୍ରମେ ପୁଣି ଅତିଥି ବା ଅଂଶଗ୍ରହଣ କାରୀ ସଂଖ୍ୟାକୁ ୫୦କୁ କମାଇ ଦିଆଯାଇଛି । କରୋନା କଟକଣା ନିୟମକୁ ପୁଣି ଥରେ କଡ଼ାକଡ଼ି କରାଯାଇଥିବା ବେଳେ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ବଢାଇଛି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଚିକିତ୍ସା ଏବଂ ସେମାନଙ୍କ ଚଳପ୍ରଚଳ ଆଦି ଉପରେ କଡ଼ା ନଜର ରଖାଯାଇଛି । ଯାହାବି ହେଉ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ପୁଣି ଥରେ ରାଜଧାନୀରେ କରୋନା ଡ଼ରକୁ ବଢାଇଦେଇଛି ।

Leave A Reply

Your email address will not be published.