କ. ନୂଆଗାଁ ଅଂଚଳରୁ ବାଘଛାଲ ଜବତ କଲା ଏସଟିଏଫ, ଜଣେ ଗିରଫ

0 76

କନ୍ଧମାଳ : ବୁଧବାର ଏସଟିଏଫ ସ୍ପେସିଆଲ ଟାସ୍କ ଫୋର୍ସ ଟିମ୍ କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ଅଂଚଳରୁ ଏକ ବାଘ ଛାଲ ଜବତ କରିଛି । ଏହି ବାଘ ଛାଲଟି କାଲରାପତ୍ରିଆ ବାଘର ବୋଲି ଜଣାପଡିଛି । ଏ ସମ୍ପର୍କରେ ଏସଟିଏଫ ଟିମ୍ ଜଣକୁ ଗିରଫ କରିଛି । ତେବେ ଏହି ବାଘ ଛାଲ ଚୋରା କାରବାରରେ ଆଉ କିଏ ସମ୍ପୃକ୍ତ ଓ କାହାକୁ ବିକ୍ରୀ କରିବାକୁ ଏହି ଛାଲ ସଂଗ୍ରହ କରାଯାଇଥିଲା, ସେନେଇ ଖୋଳତାଡ଼ କରୁଛି ଏସଟିଏଫ ଟିମ୍ ।

କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ଓ ଫୁଲବାଣୀ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଘଞ୍ଚ ଜଙ୍ଗଲରୁ ରୀତିମତ ବାଘ ମରାଯାଇ ଚମଡା ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ବାଘ ଚମଡା ଚୋରା କାରବାର କରୁଥିବା ଵ୍ୟକ୍ତିଙ୍କୁ ଗିରଫ ବି କରୁଛି ବନ ବିଭାଗ । ସେହିପରି ନିକଟରେ ବାଲିଗୁଡା ବନ ବିଭାଗ ଚଢ଼ଉ କରି ବିରଳ ବଜ୍ରକାପ୍ତା ଜବତ କରିଥିଲା ।ବନ ବିଭାଗ କର୍ମଚାରୀଙ୍କ ଦକ୍ଷତା ଓ ପାଟ୍ରୋଲିଂର ଅଭାବ ଯୋଗୁଁ ବାଘ ଛାଲ, ହାତୀଦାନ୍ତ, ଆଦିର ଚୋରାଚାଲାଣ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.